www.samajalive.in
Saturday, December 6, 2025
26.1 C
Bhubaneswar

ଆମ୍ଫୋଟେରିସିନ-ବି ଉତ୍ପାଦନ ବୃଦ୍ଧି ପାଇଁ ଔଷଧ ପ୍ରସ୍ତୁତକାରୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ : କୋଭିଡ ପରବର୍ତ୍ତୀ ଜଟିଳତା (ମ୍ୟୁକୋମାୟୋସିସ) ପିଡୀତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି। ଅଧିକ ଆମଦାନୀ ହେବା ସହ ଦେଶରେ ଏହି ଔଷଧର ଉତ୍ପାଦନ ବଢିଲେ ଯୋଗାଣ ସ୍ଥିତି ସୁଧୁରିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମ୍ଫୋଟେରିସିନ୍‍-ବି ଔଷଧର ଉପଲବ୍ଧତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କୋଭିଡରୁ ସୁସ୍ଥ ହୋଇଥିବା ଲୋକମାନେ ମୁକୋର ମାଇକୋସିସ୍‍ ରୋଗରେ ପୀଡ଼ିତ ହେଉଥିବାରୁ ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତରମାନେ ଆମ୍ଫୋଟେରିସିନ୍‍-ବି ବଟିକା ଖାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସହ କଥାବାର୍ତ୍ତା ଚଳାଇଛନ୍ତି। ଫାର୍ମାସ୍ୟୁଟିକାଲ ବିଭାଗ ପକ୍ଷରୁ ଗତ ମଙ୍ଗଳବାରଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବଟିକା ବଣ୍ଟନ କରାଯାଉଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଔଷଧ ଯୋଗାଣ ଜାରି  ରହିବ ବୋଲି ଆଶା କରାଯାଉଛି।

ସରକାରୀ, ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକ ମଧ୍ୟରେ ଏହି ଔଷଧର ସୁଷମ ବଣ୍ଟନ ବ୍ୟବସ୍ଥା କରିବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି। ଆବଣ୍ଟିତ ଔଷଧ ସଂଗ୍ରହ ପାଇଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକୁ ଯୋଗାଯୋଗ ସମ୍ପର୍କରେ ଜଣାଇବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି। ସେହିପରି ଯୋଗାଇ ଦିଆଯାଇଥିବା ଓ ଆବଣ୍ଟିତ ହୋଇଥିବା ଷ୍ଟକର ସୁଚିନ୍ତିତ ବ୍ୟବହାର ପାଇଁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ(ଏନପିପିଏ) ଯୋଗାଣ ବ୍ୟବସ୍ଥାର ନୀରିକ୍ଷଣ କରିବେ ।

- Advertisement -

ଦେଶ ମହାମାରୀର ତୀବ୍ର ଲହରର ସାମ୍ନା କରୁଛି ଓ ଦେଶର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଅତ୍ୟାବଶ୍ୟକ କୋଭିଡ ଔଷଧର ଯୋଗାଣ ବଢାଇବା ତଥା ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସୁଷମ ଓ ପାରଦର୍ଶୀ ବଣ୍ଟନ ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories