www.samajalive.in
Monday, December 8, 2025
13.1 C
Bhubaneswar

କେନ୍ଦ୍ର ନିର୍ଦେଶରେ ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ: ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ। କେନ୍ଦ୍ର ନିର୍ଦେଶରେ ଭାରତ ବାୟୋଟେକ ଆବଶ୍ୟକ ଟିକା ଯୋଗାଇବାକୁ ମନା କରିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଅଭିଯୋଗ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆ କହିଛନ୍ତି, ଦିଲ୍ଲୀ ପକ୍ଷରୁ ମୋଟ ୧ କୋଟି ୩୪ ଲକ୍ଷ ଟିକା ମଗାଯାଇଥିଲା। ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାରୁ ୬୭ ଲକ୍ଷ ଲେଖାଏ ଟିକା ଅର୍ଡର ଦିଆଯାଇଥିଲା। ତେବେ ଭାରତ ବାୟୋଟେକ କୋଭାକ୍ସିନ ଟିକା ଦେବାକୁ ନିଜର ଅକ୍ଷମତା ପ୍ରକାଶ କରି ଦିଲ୍ଲୀ ସରକାରଙ୍କୁ ଜଣାଇଛି। ଟିକା ଦାୟିତ୍ଵରେ ସରକାରଙ୍କ ଅଧିକାରୀଙ୍କ ନିର୍ଦେଶରେ କମ୍ପାନୀ ଟିକା ଯୋଗାଣ କରୁଛି ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।

- Advertisement -

କମ୍ପାନୀ ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଜଣାଯାଇଛି ଯେ, ଆମେ ଆପଣଙ୍କ ଦ୍ବାରା ଆବଶ୍ୟକ ପଡ଼ୁଥିବା ଅତିରିକ୍ତ ଟିକା ଯୋଗାଣ କରିପାରିବୁ ନାହିଁ। ଏଥିପାଇଁ ଆମେ ଅତ୍ୟନ୍ତ ଦୁଃଖିତ। ସିସୋଦିଆ କହିଛନ୍ତି, ମୁ ଜାଣିନାହିଁ ଅନ୍ୟ ରାଜ୍ୟଗୁଡ଼ିକୁ କେତେ ଟିକା ଯୋଗାଣ ହେଉଛି। ଯେହେତୁ କେନ୍ଦ୍ର ସରକାରଙ୍କ ଆଦେଶରେ ଟିକା ଯୋଗାଣ ହେଉଛି, ସେଥିଲାଗି ସେମାନେ ଦିଲ୍ଲୀକୁ ଟିକା ଯୋଗାଇପାରିବେ ନାହିଁ କହିଥିବା ସିସୋଦିଆ କହିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories