www.samajalive.in
Saturday, December 6, 2025
26.1 C
Bhubaneswar

ବିସିସିଆଇର ତାଗିଦ୍‍, ଥରେ ସଂକ୍ରମିତ ହେଲେ ଇଂଲଣ୍ଡ ଗସ୍ତରୁ ବାଦ୍‍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳ ଅଢ଼େଇ ମାସର ଗସ୍ତରେ ଇଂଲଣ୍ଡ ଯିବାକୁ ପ୍ରସ୍ତୁତ ହେଉଛି। ଜୁନ୍‍ ୨ରୁ ମୁମ୍ବଇରୁ ବିମାନ ଯୋଗେ ୨୦ ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ଇଂଲଣ୍ଡ ଯିବେ। ହେଲେ ଏହାପୂର୍ବରୁ ସେମାନେ ମୁମ୍ବଇରେ ୮ ଦିନ ସଂଗରୋଧରେ ରହିବେ। ମୁମ୍ବଇ ଆସିବା ପୂର୍ବରୁ ଥରେ ଏବଂ ମୁମ୍ବଇରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କ ଆର୍‍ଟି-ପିସିଆର୍‍ କୋଭିଡ୍‍ ପରୀକ୍ଷା କରାଯିବ। ଯଦି ଜଣଙ୍କର ଥରେ ମଧ୍ୟ ସଂକ୍ରମିତ ହୋଇଥିବା (ପଜିଟିଭ୍‍) ରିପୋର୍ଟ ଆସିବ; ତାଙ୍କୁ ଇଂଲଣ୍ଡ ଗସ୍ତରୁ ସମ୍ପୂର୍ଣ୍ଣ ବାଦ୍‍ ଦିଆଯିବ ବୋଲି ବିସିସିଆଇ ସମସ୍ତଙ୍କୁ କଡ଼ା ଚେତାବନୀ ଦେଇଛି। ତେଣୁ ମୁମ୍ବଇରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଖେଳାଳି ଯେଉଁଠାରେ ବି ଅଛନ୍ତି; ଘରେ ସଂଗରୋଧରେ ରହିବା ପରି ରହନ୍ତୁ ଏବଂ କରୋନା ସଂକ୍ରମିତ ହେବାର ଆଶଙ୍କାକୁ ଏଡ଼ାଇ ଯାଆନ୍ତୁ। ଅନ୍ୟଥା ସେମାନଙ୍କର ଇଂଲଣ୍ଡ ଗସ୍ତରେ ଯାଇ ଖେଳିବାର ସ୍ୱପ୍ନ ସ୍ୱପ୍ନରେ ମଧ୍ୟ ରହିଯିବ ବୋଲି କଡ଼ା ତାଗିଦ୍‍ ଦେଇଛି ବିସିସିଆଇ।

ଜୁନ୍‍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥାମ୍ପଟନ୍‍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ର ଫାଇନାଲ ଖେଳିବ। ଏହାପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବ। ଏହି ସିରିଜ୍‍ ଜୁଲାଇ ପ୍ରାରମ୍ଭରୁ ଆରମ୍ଭହୋଇ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ଏତେ ଲମ୍ବା ଗସ୍ତ ହୋଇଥିବାରୁ ସାଙ୍ଗରେ ପରିବାର ସଦସ୍ୟଙ୍କୁ ନେବା ପାଇଁ ବିସିସିଆଇ ଅନୁମତି ପ୍ରଦାନ କରିଛି। ତେଣୁ ଯେଉଁ ଖେଳାଳି ସାଙ୍ଗରେ ଯେଉଁ ପରିବାର ସଦସ୍ୟଙ୍କୁ ନେବାକୁ ମନସ୍ଥ କରିଛନ୍ତି; ନିଜ ସହ ସେମାନେ ମଧ୍ୟ ଘରୁ ବାହାରନ୍ତୁ ନାହିଁ। ବାହାରେ ବୁଲାବୁଲି କଲେ ସେମାନେ କରୋନା ସଂକ୍ରମିତ ହୋଇପାରନ୍ତି। ମୁମ୍ବଇ ଆସିବା ପୂର୍ବରୁ ଖେଳାଳି ଓ ପରିବାର ସଦସ୍ୟ ନିଜର ଆର୍‍ଟି-ପିସିଆର୍‍ ପରୀକ୍ଷା କରିବେ। ରିପୋର୍ଟ ନାସ୍ତିସୂଚକ ଥିଲେ; ସେମାନେ ମୁମ୍ବଇ ଆସିବେ; ଅନ୍ୟଥା ନୁହେଁ। ମୁମ୍ବଇରେ ପହଞ୍ଚିବା ପରେ ଯେଉଁ ଖେଳାଳି ଓ ପରିବାର ସଦସ୍ୟଙ୍କ ରିପୋର୍ଟ ନାସ୍ତିସୂଚକ ଥିବ; ସେମାନଙ୍କୁ ହୋଟେଲରେ ପ୍ରବେଶର ଅନୁମତି ମିଳିବ। ମୁମ୍ବଇରେ ରହିବା ବେଳେ ଖେଳାଳି ଓ ପରିବାର ସଦସ୍ୟଙ୍କ ଲାଗି ଜୈବ ନିରାପତ୍ତା ବଳୟ ସୃଷ୍ଟି କରାଯିବ। ଏହାର ବାହାରକୁ କେହି ଆସିପାରିବେ ନାହିଁ କିମ୍ବା ବାହାରର ବ୍ୟକ୍ତି ଏଥିରେ ପ୍ରବେଶ କରିପାରିବେ ନାହିଁ। ଏଠାରେ ରହିବା ବେଳେ ଖେଳାଳି ଓ ପରିବାର ସଦସ୍ୟଙ୍କର ଏକାଧିକ ଥର କୋଭିଡ୍‍ ଆର୍‍ଟି-ପିସିଆର୍‍ ପରୀକ୍ଷା କରାଯିବ। ଏହାର ରିପୋର୍ଟ ନାସ୍ତିସୂଚକ ଆସିଲେ ହିଁ ସେମାନଙ୍କୁ ବିମାନରେ ଚଢ଼ିବାକୁ ଦିଆଯିବ। ୩୦ରୁ ଅଧିକ ସଦସ୍ୟ ଥିବା ଭାରତୀୟ ଦଳ ଇଂଲଣ୍ଡ ଯିବା ପାଇଁ ଏକ ଚାର୍ଟର ବା ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛି। ତେଣୁ ଯଦି କୌଣସି ଖେଳାଳି କରୋନା ସଂକ୍ରମିତ ହୁଅନ୍ତି; ସେ ଚିକିତ୍ସିତ ହୋଇ ସୁସ୍ଥହେବେ। ଏହାପରେ ସଂଗରୋଧ ଅବଧି କାଟିବା ପରେ ସେ ଇଂଲଣ୍ଡ ଯାଇପାରିବେ। ତେଣୁ ଜଣେ/ଦୁଇ ଜଣ ଖେଳାଳିଙ୍କ ପାଇଁ ବିସିିସିଆଇ ଚାର୍ଟର ବିମାନ ଯୋଗାଡ଼ କରିପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି। କେବଳ ଏତିକି ନୁହେଁ; ଇତିମଧ୍ୟରେ ଇଂଲଣ୍ଡ ଗସ୍ତରେ ଯିବା ପାଇଁ ମନୋନୀତ ହୋଇଥିବା କିଛି ଖେଳାଳି କରୋନା ଟିକାର ପ୍ରଥମ ପାନ ନେଇ ସାରିଲେଣି। ମୁମ୍ବଇ ଆସିବା ପୂର୍ବରୁ ସେମାନଙ୍କୁ ଟିକାର ବାକି ପାନ ନେଇଯିବାକୁ ବିସିସିଆଇ କହିଛି। ଯଦି ବା ଭାରତରେ ସେମାନେ ଏହା ନେଇ ନପାରନ୍ତି; ଇଂଲଣ୍ଡରେ ପହଞ୍ଚିବା ପରେ ସେଠାରେ ମଧ୍ୟ କୋଭିସିଲ୍‍ଡ ଟିକା ନେଇପାରିବେ। ଯେଉଁ ଖେଳାଳି ପ୍ରଥମ ପାନ ନେଇ ସାରିଛନ୍ତି; ସେମାନଙ୍କର ୨ୟ ପାନ୍‍ ନେବାର ସମୟ ଆସିଲେ; ଇଂଲଣ୍ଡରେ ଏହା ନେଇଯିବାକୁ ବିସିସିଆଇ ସେମାନଙ୍କୁ କହିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories