www.samajalive.in
Monday, December 8, 2025
24.1 C
Bhubaneswar

ନିଦ୍ରାରେ ଯୋଗାଣ ବିଭାଗ: ନିୟନ୍ତ୍ରଣରେ ନାହିଁ ବଜାର ଦର, ଲୁଟର ଶିକାର ଖାଉଟି 

ବେଗୁନିଆ : ଗତ ୫ ତାରିଖଠାରୁ ସରକାର ସମସ୍ତ ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାରକୁ ଛାଡି ଅନ୍ୟଦିନ ଗୁଡିକରେ ଲୋକମାନେ ନିକଟସ୍ଥ ଦୋକାନମାନଙ୍କରୁ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ଯଥା ତେଜରାତି, ମାଛ, ମାଂସ, ଅଣ୍ଡା ଏବଂ ପନିପରିବା ଆଦି ବଜାରରେ ଥିବା ଦୋକାନରୁ କିଣିବା ପାଇଁ ବାଧ୍ୟ ହୋଇଥାନ୍ତି । ମାତ୍ର ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ଗୁଡିକର ଲକଡାଉନ ଦ୍ୱିତୀୟ ଦିବସରୁ ଅହେତୁକ ଭାବେ ଦର ବୃଦ୍ଧି କରିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବେଗୁନିଆ ବ୍ଲକର ବିଭିନ୍ନ ଖୁଚୁରା ବ୍ୟବସାୟୀମାନେ ତେଜରାତି ଏବଂ ପନିପରିବା ଆଣି ବିକ୍ରୟ କରିଥାନ୍ତି ।

ଅସାଧୁ ବ୍ୟବସାୟୀମାନେ ଲକଡାଉନକୁ ଆଖି ଆଗରେ ରଖି ଖୁଚୁରା ବ୍ୟବସାୟୀମାନଙ୍କୁ ଚଢାଦରରେ ବିକ୍ରି କରୁଥିବାରୁ ସେମାନେ ବାଧ୍ୟ ହୋଇ ଦର ବୃଦ୍ଧି କରୁଛନ୍ତି ବୋଲି ବହୁ ଖୁଚୁରା ବ୍ୟବସାୟୀ ପ୍ରକାଶ କରିଛନ୍ତି । ଯୋଗାଣ ବିଭାଗ ମନ୍ତ୍ରୀ ବେଆଇନ ମହଜୁଦକାରୀଙ୍କ ଉପରେ କଡା ନଜର ରଖିବାକୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ବେଳେ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀମାନେ ସେମାନଙ୍କ ସହିତ ସଲସୁତୁରା କରି ଘରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ବ୍ଲକରେ କାର୍ୟ୍ୟରତ ମାର୍କେଟିଙ୍ଗ ଇନିସ୍ପେକ୍ଟରଙ୍କୁ ଲୋକମାନେ ଖୋଜିଲେ ମଧ୍ୟ ଦେଖିବାକୁ ପାଉନାହାନ୍ତି । ବିଡିଓ ବାହାରକୁ ବାହାରୁ ନଥିବା ଯୋଗୁଁ ଦର ଦାମ ବିଷୟରେ ସେ କିଛି ଜାଣିପାରୁନାହାନ୍ତି । ସେହିପରି ସରକାରୀ ମଦ ଦୋକାନ ବନ୍ଦ ଥିଲେ ମଧ୍ୟ ପେଟି ପେଟି ମଦ ସ୍ପଷ୍ଟ ଦିବଲୋକରେ କଳାବଜାରରେ ଅମୁଲ ମୂଲରେ ବିକ୍ରି ହେଉଥିବାବେଳେ ତାକୁ ରୋକ ଦେବା ପାଇଁ କେହିନାହିଁ । ଏପରିକି ପାନ ମସଲା, ତମାଖୁ, ଗୁଟଖା, ବିଡ଼ି ଏବଂ ସିଗାରେଟ ଆଦି ଟଙ୍କାକର ଧନ ୫ ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏଥିପ୍ରତି ସମସ୍ତେ ଆଖି ବୁଜି ଦେଇଛନ୍ତି ।

- Advertisement -

ଏତିକି ନୁହେଁ ହ୍ୟାଣ୍ଡୱାସ, ସାନିଟାଇଜର, ମାସ୍କ, ଗ୍ଲୋବସ ଆଦି କରୋନା ପାଇଁ ବ୍ୟବହୃତ ସାମଗ୍ରୀ ଏହି ଘଡି ସନ୍ଧି ମୁହୂର୍ତରେ ସୁଲଭ ଦରରେ ଯୋଗାଇଦେବା ପରିବର୍ତେ ଚଢାଦରରେ ବିକ୍ରି ହେଉଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଫଳରେ ସାଧାରଣ ଖାଉଟି ଲୁଟର ଶିକାର ହେଉଥିବା ଅଭିଯୋଗ ହେଉଛି । ଦର ଏଭଳି ହୋଇଛି ଯେ ଜଣେ ଦିନମଜୁରିଆ ତଥା ସାଧାରଣ ଖାଉଟି ପାଇଁ ଖାଇବା ତେଲ କ୍ରୟ କରିବା କଷ୍ଟକର ହୋଇ ପଡିଛି। ଆଳୁ, ପିଆଜ, ବାଇଗଣ ଏବଂ ଟମାଟ ଭଳି ନିତ୍ୟବ୍ୟବହାର୍ୟ୍ୟ ପରିବା ଦର ଦୁଇଗୁଣା ବୃଦ୍ଧି ପାଇଥିବାବେଳେ ଫଳ କଥା ନକହିବା ଭଲ । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦରବୃଦ୍ଧି ନିୟନ୍ତ୍ରଣ କରିବାକୁ ନିର୍ଦେଶ ଥିଲେ ମଧ୍ୟ ଯୋଗାଣ ଅଧିକାରୀ କିମ୍ବା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ତାଙ୍କ କାର୍ୟ୍ୟାଳୟରେ ଦେଖିବାକୁ ମିଳୁନାହାନ୍ତି । ବଜାର ଦର ନିୟନ୍ତ୍ରଣ ନିମନ୍ତେ ଯଦି ଦାୟିତ୍ୱରେ ଥିବା ଅଧିକାରୀମାନେ ବଜାରକୁ ଯାଇ ତଦାରଖ କରି ଦୋକାନ ଆଗରେ ଦର ତାଲିକା ମାରନ୍ତେ ତାହେଲେ ଖାଉଟିମାନେ ହରିଲୁଟରୁ ରକ୍ଷା ପାଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories