www.samajalive.in
Sunday, December 7, 2025
16.1 C
Bhubaneswar

ପାଣ୍ଠିର ଅଭାବ ନାହିଁ , ମୌଳିକ ସୁବିଧା ସାତ ସପନ

ବ୍ରଜରାଜନଗର : ଖଣି ଖାଦାନ ଓ ଶିଳ୍ପରେ ଭରପୁର ରହିଛି ବ୍ରଜରାଜନଗର ଅଞ୍ଚଳ । କେବଳ କୋଇଲାଖଣିରୁ ଜିଲା ଖଣିଜ ପାଣ୍ଠି ବାବଦକୁ ଆଦାୟ ହେଉଥିବା ଶହ ଶହ କୋଟି ଟଙ୍କା ଜିଲା ରାଜକୋଷରେ ଗଚ୍ଛିତ ହୋଇ ରହିଛି । ଅଞ୍ଚଳର ସାମଗ୍ରିକ ବିକାଶ ଉଦେଶ୍ୟରେ ଗଠିତ ଏହି ପାଣ୍ଠିର କଳେବର ବର୍ଷକୁ ବର୍ଷ ବଢି ଚାଲିଛି । ହେଲେ ସ୍ଥାନୀୟ ଅଞ୍ଚଳରେ ଜୀବନମରଣ ସମସ୍ୟା ସହିତ ଜଡ଼ିତ ସର୍ବନିମ୍ନ ମୌଳିକ ସୁବିଧା ଟିକକ ବି ସାତସପନ ହୋଇଗଲାଣି। ବର୍ତ୍ତମାନ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚାଇଥିବା ବେଳେ ଗୁରୁତର ରୋଗୀଙ୍କୁ ଅତିକମରେ ସ୍ଥାନୀୟ ମେଡ଼ିକାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜୀବନ ରକ୍ଷାକାରୀ(ଆଇସିୟୁ ) ଆମ୍ବୁଲାନ୍ସର କୌଣସି ସୁବିଧା ନାହିଁ ।

 

- Advertisement -

ଦୀର୍ଘ ଦଶନ୍ଧି ପରେ ଝାରସୁଗୁଡ଼ା ଜିଲାର ୨ଜଣ ଯାକ ବିଧାୟକ ଶାସକଦଳର ନିର୍ବାଚିତ ହୋଇଥିବା ବେଳେ ଝାରସୁଗୁଡ଼ା ବିଧାୟକଙ୍କୁ  ସ୍ବାସ୍ଥ୍ୟମନ୍ତ୍ରୀ ଭଳି ଗୁରୁଦାୟିତ୍ବ ମଳିଛି । ସେପଟେ ସାଂସଦ ସୁରେଶ ପୂଜାରୀ ଭଳି ଟାଣୁଆ ନେତା ଅଞ୍ଚଳକୁ ପ୍ରତିନିଧିତ୍ବ କରୁଛନ୍ତି । କିନ୍ତୁ ଦୀର୍ଘଦିନ ଧରି ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଆଇସିୟୁ ଆମ୍ବୁଲାନ୍ସ ପାଇଁ ଦାବି କରିଆସୁଥିଲେ ହେଁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ତରଫରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନ ଥିବାରୁ ଜନଅସନ୍ତୋଷ ତେଜିବାରେ ଲାଗିଛି । ବ୍ରଜରାଜନଗର ସହରରେ ପ୍ରାୟ ୧ ଲକ୍ଷରୁ ଅଧୁକ ଲୋକ ବସବାସ କରୁଛନ୍ତି । ସହରରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୨ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହି ଥିଲେ ମଧ୍ୟ ସେଠାରେ ଗୋଟିଏ ବି ଆମ୍ବୁଲାନ୍ସ ରହୁନାହିଁ । ତେଣୁ ଏ ସମ୍ପର୍କରେ ସାଂସଦ ଶ୍ରୀ ପୂଜାରୀଙ୍କ ବ୍ରଜରାଜନଗର ପ୍ରତିନିଧି ଜିତେନ୍ଦ୍ର ପଟ୍ଟନାୟକ ଜନ ଦାବିକୁ ଆଧାର କରି ବ୍ରଜରାଜନଗର ପୌରପରିଷଦକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଜିଲାପାଳଙ୍କୁ ପତ୍ର ଲେଖୁଛନ୍ତି । ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ବି ଏହି ଦାବି ଜୋର୍ ଧରିଛି । ଏମ୍‌ସିଏଲ ଖଣିରୁ ସିଧାସଳଖ ଅଞ୍ଚଳବାସୀ ପ୍ରଭାବିତ ହେଉଥିଲେ ହେଁ ଆମ୍ବୁଲାନ୍ସ ପାଇଁ ଦାବି କରିବା ଦୁର୍ଭାଗ୍ୟଜନକ ଓ ଲଜ୍ଜାକର ବିଷୟ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ଅନ୍ୟପଟେ ଗତବର୍ଷ ଏପ୍ରିଲ ମାସରେ ଓଡ଼ିଶା ୟୁଥ ଏଗେଷ୍ଟ କରପସନ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠି କିମ୍ବା ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ବ୍ରଜରାଜନଗର ପୌରାଞ୍ଚଳ ପାଇଁ ଗୋଟିଏ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି ଯୋଗାଣ ନେଇ ଜନପ୍ରତିନିଧି ଓ ଜିଲାପାଳଙ୍କ ନିକଟରେ ଦାବି କରାଯାଇଥିଲା । ଅନୁରୂପ ଭାବେ ବ୍ରଜରାଜନଗର ବିକାଶମଞ୍ଚ ପକ୍ଷରୁ ଗତବର୍ଷ ନଭେମ୍ବର ମାସରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଦାବି କରାଯାଇଥିଲା । ଅପରପକ୍ଷେ ସାମାଜିକ କର୍ମୀ ରବି କୁମାର ସୋନି ସିଧାସଳଖ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ କରାଇବା ପରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଏଥିପ୍ରତି ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories