www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଭୂତାଣୁକୁ ମାରିପାରିବ ଏହି ମାସ୍କ; ଦ୍ବାଦଶ ଛାତ୍ରୀଙ୍କ ଉଦ୍ଭାବନ

କରୋନା ଭୂତାଣୁଠାରୁ ଜୀବନ ରକ୍ଷା ଲାଗି ଟିକା ପ୍ରସ୍ତୁତ ହୋଇଛି। କିନ୍ତୁ କରୋନା ଭୂତାଣୁକୁ ମାରିବାର କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ନାମ ହେଉଛି ଦିଗନ୍ତିକା ବୋଷ ଏବଂ ଘର ପଶ୍ଚିମବଙ୍ଗରେ। ଦିଗନ୍ତିକା ତିଆରି କରିଥିବା ମାସ୍କ କରୋନା ଭୂତାଣୁକୁ ମାରିପାରେ ବୋଲି ସେ କହିଛନ୍ତି। ଏହି ମାସ୍କ ମୁମ୍ବଇରେ ଥିବା ଗୁଗଲର ଡିଜାଇନ ଏକ୍ସଲେନ୍ସ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ।

Image courtesy: Indiatoday

ଇଣ୍ଡିଆଟୁଡେକୁ ଦିଗନ୍ତିକା କହିଛନ୍ତି, ସେ ତିଆରି କରିଥିବା ମାସ୍କରେ ୩ଟି ଚାମ୍ବର ରହିଛି। ମାସ୍କର ପ୍ରଥମ ଚାମ୍ବରରେ ଏକ ବିଯୁକ୍ତାତ୍ମକ ଆୟନ ଜେନେରେଟର ରହିଛି, ଯାହା ବାୟୁରେ ଥିବା ଧୂଳିକଣାଗୁଡ଼ିକୁ ଫିଲ୍‌ଟର କରିଥାଏ। ବାୟୁ ଫିଲ୍‌ଟର ହୋଇ ୨ୟ ଚାମ୍ବରରେ ପ୍ରବେଶ କରି ୩ୟ ଚାମ୍ବରକୁ ଯାଇଥାଏ। ୩ୟ ଚାମ୍ବରଟି ହେଉଛି ଏକ ରସାୟନିକ ଚାମ୍ବର। ଏଥିରେ ପାଣି ଏବଂ ସାବୁନର ଏକ ମିଶ୍ରଣ ରହିଛି, ଯାହା ଫିଲ୍‌ଟର ହୋଇଥିବା ବାୟୁ ପ୍ରବେଶ କରିବା ପରେ ସେଥିରେ ଥିବା କରୋନା ଭୂତାଣୁ ମାରି ଦେଇଥାଏ।

- Advertisement -

ଦିଗନ୍ତିକା କୁହନ୍ତି, ଆମେ ସମସ୍ତେ ଜାଣୁ ଯେ ସାବୁନ ପାଣି କରୋନା ଭୂତାଣୁକୁ ମାରିଦିଏ। ତେଣୁ ବାୟୁ ଯେତେବେଳେ ୩ୟ ଚାମ୍ବରରେ ପ୍ରବେଶ କରେ ସେଥିରେ ଥିବା ରସାୟନିକ ମିଶ୍ରଣ କରୋନା ଭୂତାଣୁକୁ ମାରିବାର ଦକ୍ଷତା ରଖିଛି।

ସେହିପରି ଯଦି ଜଣେ ସଂକ୍ରମିତ ବ୍ୟକ୍ତି ଏହି ମାସ୍କ ପିନ୍ଧନ୍ତି, ତେବେ ଶ୍ଵାସକ୍ରିୟା ସମୟରେ ସେ ଯେଉଁ ବାୟୁ ବାହାରକୁ ଛାଡ଼ନ୍ତି, ସେଥିରେ ଥିବା କରୋନା ଭୂତାଣୁ ବି ୩ୟ ଚାମ୍ବର ଦେଇ ଆସିବା ସମୟରେ ମରିଯିବ। ଏହା ଦ୍ବାରା ଭୂତାଣୁ ଆଉ ବ୍ୟାପିବ ନାହିଁ। ସେ ଏହାର ପରୀକ୍ଷଣ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାବକୁ ଜଣାଇଛନ୍ତି, ଯାହାଦ୍ବାରା କରୋନା ଭୂତାଣୁ ବ୍ୟାପିବା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ। କରୋନା ମହାମାରୀର ପ୍ରଥମ ତରଙ୍ଗ ସମୟରେ ସେ ଏହି ମାସ୍କ ତିଆରି କରିଥିବା ଦିଗନ୍ତିକା କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories