www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୨ ଟା ମୁଖ୍ୟ ଖବର (୧୦ ମେ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ତଳକୁ ଖସିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ହଜାରରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୬ ହଜାର ୧୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ୩୭୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି।
ଆସାମ : ଆସାମରେ ପୁଣି ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ସୋମବାର ଖବର ମିଳିଛି। ନଗାଓଁରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୦ ରେକର୍ଡ କରାଯାଇଛି
ନୂଆଦିଲ୍ଲୀ: ଚଳିତବର୍ଷ ଫେବୃୟାରୀରେ ଭାରତରେ କରୋନା ମହାମାରୀର ୨ୟ ତରଙ୍ଗ ଆସିଲା। କିନ୍ତୁ ଏପ୍ରିଲ ବେଳକୁ ଏହା ଭୟଙ୍କର ରୂପ ନେଲା। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଧ୍ଵସ୍ତବିଧ୍ଵସ୍ତ କରିଦେଲା। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଏବଂ ଔଷଧ ଅଭାବ ଘୋର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କଲା। ତେବେ ଅମ୍ଳଜାନ ଅଭାବ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଥିବାବେଳେ ଓଡ଼ିଶା ଏବଂ କେରଳ ଭଳି ରାଜ୍ୟର ଉଦ୍ୟମ ବେଶ୍‌ ପ୍ରଶଂସନୀୟ ବୋଲି କହିଛି ଅନ୍ତର୍ଜାତୀୟ ସ୍ତରର ଚିକିତ୍ସା ପତ୍ରିକା ‘ଲାନ୍‌ସେଟ’। ଲାନସେଟ୍‌ ସମ୍ପାଦକୀୟରେ ଏହି ଦୁଇ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
ହତ୍ୟା ମାମଲାରେ ସମ୍ପୃକ୍ତ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକ୍‌ ଆଉଟ୍‌ ସର୍କୁଲାର (ଏଲଓସି) ଜାରି କରିଛି। ୨୩ ବର୍ଷୀୟ କନିଷ୍ଠ କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡରେ ସୁଶୀଲଙ୍କ ନାମ ସାମ୍ନାକୁ ଆସିବା ପରଠାରୁ ସେ ଫେରାର ରହିଛନ୍ତି। ପୁଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଫଳ ହେବା ପରେ ଏଲଓସି ଜାରି କରିଛି।

ହାଇଦ୍ରାବାଦ: ଡାକ୍ତରଖାନାକୁ ବାଟ ଭୁଲିଗଲା ଅମ୍ଳଜାନ ଟ୍ୟାଙ୍କର। ଯେଉଁଥିପାଇଁ ଠିକ ସମୟରେ ଅମ୍ଳଜାନ ନ ପହଞ୍ଚିବାରୁ ଚାଲିଗଲା ୭ ରୋଗୀଙ୍କ ଜୀବନ। ହାଇଦ୍ରାବାଦର କିଙ୍ଗ୍‌ କୋଟି ସରକାରୀ ଡାକ୍ତରଖାନାରେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତ ରୋଗୀ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

- Advertisement -

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୬୨୩ ଏବଂ ସ୍ଥାନୀୟ ସଂକ୍ରମିତ ୩୪୦୮ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୨୯ ଜଣ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି।

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକମାନେ କରୋନା ଟୀକାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି। ଏମାନେ ପ୍ରଥମ ପର୍ୟ୍ୟାୟ ଟୀକା ନେଇ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦିତୀୟ ଟୀକା ଦିଆ ଯାଉନି। ଏହା ପ୍ରତିବାଦରେ ସୋମବାର ସକାଳେ କେତେଜଣ ବରିଷ୍ଠ ନାଗରିକ ଡାକ୍ତରଖାନା ସମ୍ମୁଖ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories