www.samajalive.in
Thursday, December 11, 2025
13.1 C
Bhubaneswar

ଅଧିକ ଯାତ୍ରୀ ବସାଇ ତଣ୍ଡ ଗଣିଲେ ବର

ଟିଟିଲାଗଡ଼:କରୋନା ନେଇ ଦେଶ ତଥା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଟିଟିଲାଗଡ ଅଞ୍ଚଳରେ କିଛି ଅମାନିଆ ଏପରିକି ସରକାରଙ୍କ ତାଲା ବନ୍ଦ କଟକଣାକୁ ଫୁ କରିବା ପାଇଁ ଦିନ ରାତି ଏକ କରିଥିବା ଦେଖାଯାଇଛି। ବିଶେଷ କରି ଟିଟିଲାଗଡ ସହରରେ ସଂକ୍ରମଣର ମାତ୍ରା କମୁ ନଥିବା ବେଳେ ସ୍ଥାନୀୟ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ସମ୍ବଲପୁରରୁ ସୁର୍ଡା ଓ ଲାଞ୍ଜିଗଡରୁ ପତ୍ରାପାଲି ଯାଉଥିବା ବର ଏବଂ ବରଯାତ୍ରୀ ଦଳଙ୍କ ଠାରୁ ଅଧିକ ଯାତ୍ରୀ ବସାଇବା ନେଇ ତଣ୍ଡ ଅସୁଲ ହୋଇଛି।

 

- Advertisement -

ଗତ ରାତିରେ ଚାରି ଜଣ ମଦ୍ୟପ ଓଡି୦୨ ବିକ୍ୟୁ ୬୭୮୭ ନମ୍ବର ବିଶିଷ୍ଟ ଏକ କାରରେ ଦ୍ରୁତ ଗତିରେ ଯାଉଥିଲା। ଗାଡିଟିକୁ ଅଟକାଇବାକୁ ଯାଇ ଅଳ୍ପକେ ପୁଲିସ କର୍ମୀଙ୍କ ଜୀବନ ବର୍ତ୍ତିଥିଲା। ଗାଡି ସହ ଗାଡିରେ ବସିଥିବା ୪ ଜଣ ମଦ୍ୟପଙ୍କୁ ଧରି ରାତି ସାରା ଥାନାରେ ଅଟକ ପରେ ଆଜି ୨୦ ହଜାର ଟଙ୍କା ଜୋରିମାନା ନେଇ ପୁଲିସ ଛାଡିଛି।
ଭାରପ୍ରାପ୍ତ ମାଜିଷ୍ଟ୍ରେଟ ପ୍ରେମଲାଲ ହିଆଲଙ୍କ ନେତୃତ୍ୱରେ ଉପଖଣ୍ଡ ପୁଲିସ ଅଧୀକ୍ଷକ ସୁରେନ୍ଦ୍ରନାଥ ଶତପଥୀ, ଆଇଆଇସି ବୁଲୁ ମୁଣ୍ଡା ଅମାନିଆଙ୍କ ଧରପଗଡ ସହ ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଦିନରେ ଜୋରିମାନା ୫୦ ହଜାର ଟଙ୍କାକୁ ଟପିଛି। ଆଜି ସକାଳୁ ୩୪ ଜଣଙ୍କ ଅମାନିଆଙ୍କ ବାଇକ ଜବତ ସହ ଜୋରିମାନା ଅସୁଲ କରାଯାଇଛି। ଗ୍ରାମାଞ୍ଚଳରେ ଆଜି ସୁଦ୍ଧା ୨୭୦ଟି ସଂକ୍ରମଣ ମାମଲା ରହିଛି। ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଶ୍ରୀ ହିଆଲଙ୍କ ନେତୃତ୍ୱରେ ପୁଲିସ ଚଢଉ ଜୋରଦାର କରିଛି। ଗତ ଦୁଇ ଦିନ ମଧ୍ୟରେ ଟିଟିଲାଗଡ ସହର ତଥା ବ୍ଲକ ଅଞ୍ଚଳରେ ୯୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୌରାଞ୍ଚଳରେ ଗତକାଲି ୩୫ ଜଣ ଏବଂ ଆଜି ୩୨ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories