www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀ ଘରୋଇ ଡାକ୍ତରଖାନାରେ ମାସକରେ ୮୦ ସଂକ୍ରମିତ; ଟିକା ନେଇଥିବା ଡାକ୍ତର ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧିପାଇବା ଏବଂ ରୋଗୀମାନେ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଶଯ୍ୟା ଯୋଗାଡ କରିବା ସେମାନଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡୁଥିବାବେଳେ ଡାକ୍ତରଖାନାରେ ରୋଗୀଙ୍କ ସେବା କରୁôଥବା ଡାକ୍ତର, କର୍ମଚାରୀ ମଧ୍ୟ ଏହି ମହାମାରୀ ପ୍ରଭାବରୁ ବାଦ୍‍ ପଡୁନାହାନ୍ତି। ଦିଲ୍ଲୀର ସରୋଜ ସୁପର ସ୍ପେଶାଲିଟି ହସପିଟାଲରେ ଗତ ମାସକ ମଧ୍ୟରେ ୮୦ରୁ ଅଧିକ କର୍ମଚାରୀ ଏବଂ ଡାକ୍ତର କରୋନା ସଂକ୍ରମିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ଡା ଏ କେ ରାୱତ ନାମକ ଜଣେ ଡାକ୍ତରଙ୍କର ଶନିବାର ଦିନ କରୋନାରେ ମୃତ୍ୟୁ ଘଟିଛି। ସବୁଠାରୁ ବଡ କଥା ହେଉଛି, ଡା. ରାୱତ କରୋନା ଟିକା ନେଇସାରିଥିଲେ। ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା।
ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡା. ପି କେ ଭରଦ୍ୱାଜ କହିଛନ୍ତି, ଡା. ରାୱତ କିଛିଦିନ ଧରି କରୋନା ସହିତ ଲଢେଇ କରୁଥିଲେ। ସେ ଅତ୍ୟନ୍ତ ସାହସୀ ଥିଲେ। କହୁଥିଲେ ଉତ୍ତମ ଅନୁଭବ କରୁଛନ୍ତି। ସେ ଟିକା ନେଇସାରିଛନ୍ତି, ତେଣୁ ତାଙ୍କର କିଛି ହେବନାହିଁ। କିନ୍ତୁ ସେ ହାରିଗଲେ। ଶନିବାର ତାଙ୍କର ପରଲୋକ ଘଟିଛି। ସଂକ୍ରମିତ ଅନ୍ୟ କର୍ମଚାରୀମାନଙ୍କର ସଂପ୍ରତି ଚିକିତ୍ସା ଚାଲିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories