www.samajalive.in
Wednesday, December 10, 2025
14.1 C
Bhubaneswar

ଅମ୍ଳଜାନ, କରୋନା ଔଷଧ ଉପରୁ ସମସ୍ତ ପ୍ରକାର ଶୁଳ୍କ ହଟାଇବାକୁ ଦାବି; ମୋଦୀଙ୍କୁ ଚିଠି ଲେଖିଲେ ମମତା

କଲକାତା: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଅମ୍ଳଜାନ ଟାଙ୍କି ଏବଂ ଔଷଧ ଓ ବିଭିନ୍ନ ଉପକରଣ ଉପରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା କର (ଜିଏସଟି) ସମେତ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଥିବାବେଳେ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଉପକରଣ, ଅମ୍ଳଜାନ ଏବଂ ଔଷଧ ଉପରୁ ସମସ୍ତ ପ୍ରକାର ଶୁଳ୍କ ଛାଡ଼ କରିବାକୁ ମମତା ଚିଠିରେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦେଶର ବହୁ ସଂଗଠନ, ବ୍ୟକ୍ତି ବିଶେଷ, ବେସରକାରୀ ସଂସ୍ଥା କରୋନା କାଳରେ ରୋଗୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ସେମାନେ ଅମ୍ଳଜାନ ଟାଙ୍କି, କନ୍‌ସେନ୍‌ଟ୍ରେଟର, କ୍ରାୟୋଜେନିକ ଷ୍ଟୋରେଜ ଟାଙ୍କି, ଟ୍ୟାଙ୍କର, କଣ୍ଟେନର ଏବଂ କରୋନା ଚିକିତ୍ସା ପାଇଁ ଦରକାର ହେଉଥିବା ଔଷଧ ଯୋଗାଇ ଦେଉଛନ୍ତି। ଅନେକ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି। ତେବେ ସେମାନେ କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ସମସ୍ତ ସାମଗ୍ରୀ କ୍ରୟ ସମୟରେ ଆମଦାନୀ ଶୁଳ୍କ, ଏସଜିଏସଟି, ସିଜିଏସଟି, ଆଇଜିଏସଟି ଆଦି ପ୍ରଦାନ କରୁଛନ୍ତି। ତେଣୁ ଏଗୁଡ଼ିକୁ ଛାଡ଼ କରିବା ଲାଗି ଦାନ ଦେଉଥିବା ବ୍ୟକ୍ତି ଓ ସଂଗଠନ ଦାବି କରୁଥିବା ମମତା ଚିଠିରେ ଲେଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories