www.samajalive.in
Saturday, December 13, 2025
17.1 C
Bhubaneswar

ତାଲାବନ୍ଦରେ ଜୀବିକା ପ୍ରଭାବିତ

ଭୁବନେଶ୍ୱର: ସଂକ୍ରମଣ ରୋକିବାକୁ ତାଲାବନ୍ଦ ଏବଂ ସପ୍ତାହାନ୍ତ ବନ୍ଦ ଭଳି ପଦକ୍ଷେପ ମାଛ, ମାଂସ, ଅଣ୍ଡା ଏବଂ ଦୁଗ୍ଧ ବ୍ୟବସାୟକୁ ପ୍ରଭାବିତ କରିଛି। ଓମଫେଡ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ଷୀର ସଂଗ୍ରହ କମାଇବାବେଳେ ଓ‌ପୋଲଫେଡ ଏବଂ ଫିସଫେଡର ବିକ୍ରୟ ପ୍ରଭାବିତ ହେବା ଦ୍ୱାରା ଉଭୟ ଚାଷୀ ଓ ବ୍ୟବସାୟୀ କ୍ଷତି ସହୁଛନ୍ତି। ମାଛ, ମାଂସ ଓ ଅଣ୍ଡା ପୁଡିଆ(ପ୍ୟାକେଟ) ବିକ୍ରୟ ପାଇଁ ପ୍ରତ୍ୟକ୍ଷ (ଅନଲାଇନ)ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଯୋଗୁଁ ମଧ୍ୟବିତ୍ତକୁ ବାଧୁଛି। ଅପରପକ୍ଷରେ ବାର ଅନୁସାରେ ଆମିଷ ବ୍ୟବସାୟ ହେଉ ଥିବାରୁ ସପ୍ତାହାନ୍ତ ବନ୍ଦ ଯୋଗୁଁ ରବିବାର ବ୍ୟବସାୟ ଅଧିକ ପ୍ରଭାବିତ ହେଉଛି। ତାଲା ବନ୍ଦ ଏବଂ ସପ୍ତାହାନ୍ତ ବନ୍ଦରେ ଓପୋଲଫେଡ ଏବଂ ଫିସଫେଡର ଆମିଷ ବିକ୍ରୟ ହ୍ରାସ ପାଉଛି। ତାଲାବନ୍ଦ ସମୟରେ ମାଛ, ଅଣ୍ଡା ଓ ମାଂସ ବିକ୍ରି ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିପାରୁଛି। କିନ୍ତୁ ଶନି, ରବି ସମ୍ପୂର୍ଣ୍ଣ ବନ୍ଦ ସମୟରେ ବ୍ୟବସାୟୀ ହାତ ବାନ୍ଧି ବସୁଛନ୍ତି। ତାଲା ବନ୍ଦରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମାଛ, ମାଂସ, ପରିବା ଏବଂ ତେଜରାତି ଦୋକାନ ଖୋଲା ରହିବାରୁ ଲୋକେ ଆବଶ୍ୟକ ସାମଗ୍ରୀ କିଣୁଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କୁ ସୁବିଧାରେ ମାଛ ବିକ୍ରି କରିବା ପାଇଁ ଶିରିପୁର, ସିଆରପିଏଫ୍‍ ଏବଂ ସହିଦନଗରରେ ମାଛ ବିକ୍ରୟ କେନ୍ଦ୍ର ଖୋଲା ଯାଇଛି। ଏହି କେନ୍ଦ୍ରକୁ ଲୋକେ ଆସି ମାଛ କ୍ରୟ କରିଥାନ୍ତି।

ତାଲା ବନ୍ଦ ଏବଂ ସପ୍ତାହାନ୍ତ ବନ୍ଦରେ ଗ୍ରାହକଙ୍କ ସୁବିଧା ନିମନ୍ତେ ଫିସ୍‍ଫେଡ ପକ୍ଷରୁ ଅନଲାଇନ୍‍ରେ ଗ୍ରାହକଙ୍କ ଘରେ ମାଛ ପହଞ୍ଚାଇ ଦିଆଯାଉଛି। ସପ୍ତାହର ବୁଧବାର, ଶୁକ୍ରବାର ଏବଂ ରବିବାର ଅଧିକ ମାଛ ବିକ୍ରୟ ହୁଏ। ରବିବାର ଫିସଫେଡର ତିନି ବିକ୍ରୟ କେନ୍ଦ୍ରରେ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କାରବାର ହୁଏ। ରବିବାର ଅନଲାଇନ୍‍ରେ ମାତ୍ର ୧୦ରୁ ୧୫ ହଜାର ଟଙ୍କାର ମାଛ ବିକ୍ରି ହୋଇପାରୁଛି। ଚଳିତ ବର୍ଷ ସପ୍ତାହାନ୍ତ ଏବଂ ତାଲା ବନ୍ଦରେ ମାଛ ବ୍ୟବସାୟ ଗତବର୍ଷ ତୁଳନାରେ ଅଧିକ ହେଉଛି। ଦ୍ୱିତୀୟ ଲହରରେ ଲୋକେ ଅଧିକ ଭୟଭୀତ ହୋଇ ପଡିବା ଦ୍ୱାରା ବ୍ୟବସାୟ କେନ୍ଦ୍ରକୁ ଆସୁ ନଥିବା ଫିସଫେଡର କର୍ମଚାରୀ କହିଛନ୍ତି। ଏ ସଂକ୍ରାନ୍ତରେ ଫିସଫେଡର ଭାରପ୍ରାପ୍ତ ଅତିରିକ୍ତ ନିର୍ଦେଶକ(ପ୍ରଶାସନିକ) ଉମେଶ ମହାନ୍ତି କହିଛନ୍ତି, ତାଲାବନ୍ଦ ଅପେକ୍ଷା ସପ୍ତାହାନ୍ତ ବନ୍ଦରେ ପ୍ରଭାବ ପଡୁଛି। ତାଲାବନ୍ଦ ଯୋଗୁଁ ବ୍ୟବସାୟରେ ବିଶେଷ କିଛି ଫରକ ପଡୁନାହିଁ। ମାଛ ଉତ୍ପାଦନ ଉପରେ କିଛି ପ୍ରଭାବ ପଡିନାହିଁ। ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶ ଅନୁସାରେ ମାଛ ଉତ୍ପାଦନ ଜାରି ରହିଛି। ମାଛକୁ ଖାଦ୍ୟ ଦେବା ଓ ଯାଁଳ ଛାଡିବା ଆଦି କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁ ରହିଛି। ଓପୋଲଫେଡର ସହିଦନଗର, ଚନ୍ଦ୍ରଶେଖରପୁର ଏବଂ ଓୟୁଏଟି ଛକରେ ବିକ୍ରୟ କେନ୍ଦ୍ର ରହିଛି। ବଜାର ସ୍ୱାଭାବିକ ଥିଲାବେଳେ ସହିଦନଗର ଓପେଲଫେଡରେ ଦୈନିକ ୫୦ ହଜାର ଟଙ୍କାର ମାଂସ ଓ ଅଣ୍ଡା କାରବାର ହୁଏ। ତାଲା ଓ ସପ୍ତାହାନ୍ତ ବନ୍ଦରେ ମୁକ୍ତ ବିକ୍ରୟକୁ ବନ୍ଦ ରଖାଯାଇଛି। ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନ୍‌ଲାଇନ୍‌ରେ ମଗାଇଲେ କର୍ମଚାରୀ ଗ୍ରାହକଙ୍କ ଘରେ ମାଂସ, ଅଣ୍ଡା ପହଞ୍ଚାଉଛନ୍ତି।

- Advertisement -

ରବିବାର ସହିଦନଗର ଓପୋଲଫେଡକୁ ୧୭ଟି ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନ୍‌ଲାଇନ୍‌) ଅନୁରୋଧ ଆସିଛି। ୩୯୧୭ ଟଙ୍କାର ମାଂସ ଓ ଅଣ୍ଡା ବ୍ୟବସାୟ ହୋଇଛି। ଏନେଇ ଓପେଲଫେଡ ମହାପ୍ରବନ୍ଧକ ଜାନକୀଭଲ୍ଲଭ ପଟ୍ଟନାୟକ କହିଛନ୍ତି, ବିକ୍ରୟ ବହୁମାତ୍ରାରେ କମିଛି। ସୂଚନାଯୋଗ୍ୟ, ଓମଫେଡ କ୍ଷୀର ବିକ୍ରୟ ହ୍ରାସ ପାଇବା ଯୋଗୁଁ ଓମଫେଡ ଚାଷୀଙ୍କ ପାଖରୁ କ୍ଷୀର ସଂଗ୍ରହ ହ୍ରାସ କରିଛି। ବିକ୍ରୟ କମୁଥିବାରୁ ଓମଫେଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories