www.samajalive.in
Thursday, December 11, 2025
16.1 C
Bhubaneswar

ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ-୧୯ ସ୍ଥିତି ପରଖିବା ସହିତ  ଭାରପ୍ରାପ୍ତ ଅଧିକାରୀଙ୍କ ସହିତ ଆଲୋଚନା କଲେ ତହସିଲଦାର

ବେଗୁନିଆ: ବେଗୁନିଆ ବ୍ଲକରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଥିବାରୁ କିପରି ତାହାକୁ ପ୍ରତିହତ କରାଯାଇପାରିବ  ତାହା ତହସିଲଦାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି l ସଂକ୍ରମଣକୁ କିପରି ଏଠାରେ ରୋକାଯାଇପାରିବ ସେଥିପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଲକଡାଉନ ସମୟରେ ବ୍ଲକ ଅଂଚଳରେ ଥିବା ବିଭିନ୍ନ ସ୍ଥାନ ବୁଲି ଅମାନିଆମାନଙ୍କୁ ସାବାଡ଼ କରୁଥିବାବେଳେ ଲୋକମାନେ କୋଭିଡ ନୀତିନିୟମକୁ ଠିକ ଭାବରେ ପାଳନ କରୁଛନ୍ତି ନାଁ ନାହିଁ ତାହା ବୁଲି  ଦେଖିବା ସହିତ ସଚେତନ ମଧ୍ୟ କରୁଛନ୍ତି l ଏହି ମର୍ମରେ ତହସିଲଦାର ଶ୍ରୀ ମଣ୍ଡଳ ଏବଂ ବେଗୁନିଆ ବିଡିଓ ବୋତଳମା ସିଏଚସିରେ ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହିତ ମେଡ଼ିକାଲ ରିପୋର୍ଟ ଠିକ ଭାବରେ ପ୍ରସ୍ତୁତ ହେଉଛି ନାଁ ନାହିଁ ତାର ତଦାରଖ କରିଥିଲେ l
ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ଃ ଦେବାଶିଷ ଆଚାର୍ଯ୍ୟଙ୍କ ସହିତ କୋଭିଡ ପରୀକ୍ଷା ଏବଂ ଟୀକାକରଣ ଉପରେ ଆଲୋଚନା କରିଥିଲେ l ବର୍ତମାନ ବ୍ଳକରେ ଟୀକାକରଣ ବନ୍ଦ ହୋଇଥିବାବେଳେ ଟୀକା ଆସିବା ପରେ ଲୋକମାନେ କିପରି ଠିକ ଭାବେ ଟୀକା ନେଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ କହିଥିଲେ l ବ୍ଲକର ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ହେଉଛି ସେଠାରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କୋଭିଡ ପରୀକ୍ଷା କରାଯାଉଥିବାବେଳେ ବର୍ତମାନ ବାଘମାରୀ ଏବଂ ବୋତଳମାରେ କରାଯାଉଛି l କିନ୍ତୁ ଏଥିସହିତ ପ୍ରତି ପଞ୍ଚାୟତରେ କୋଭିଡ ପରୀକ୍ଷା କରାଗଲେ ଲୋକମାନେ ତାର ସୁଫଳ ପାଇବା ସହିତ ସଂକ୍ରମିତ ମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିବ ବୋଲି ତହସିଲଦାର କହିଥିଲେ l ବ୍ଲକରେ ବର୍ତମାନ ୨ ଟି ଆର ଆର ଟି(ରାପିଡ଼ ରେସପନ୍ସ ଟିମ) କାର୍ଯ୍ୟ କରୁଥିବା ବେଳେ ଆଉ ଅଧିକ ଗୋଟିଏ ଟିମ କରିବା ପାଇଁ କହିଥିଲେ l
ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ, ଟୀକାକରଣ କେନ୍ଦ୍ରରେ ପାଣି, ବିଦ୍ୟୁତ ସଂଯୋଗ ସହିତ ଲୋକମାନେ ଖରାରେ ଠିଆ ହେଉଥିବାରୁ ସେଠାରେ ଛାମୁଣ୍ଡିଆ କରି ଛାଇର ବ୍ୟବସ୍ଥା କରିବା ସହିତ ଟିକାଦାନ ସମ୍ପର୍କରେ ଜାଣିବା ପାଇଁ ମାଇକ ଦ୍ୱାରା ପ୍ରଚାର କରିବା ପାଇଁ କହିଥିଲେ l ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତମାନଙ୍କର ଉପଯୁକ୍ତ ଯତ୍ନ ଉପରେ ଧ୍ୟାନ ଦେବାପାଇଁ କହିଥିଲେ l ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ଃ ଆଚାର୍ଯ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି କାର୍ଯ୍ୟ ପାଇଁ ବିଡିଓଙ୍କ ନିକଟରେ ଥିବା ପାଣ୍ଠିରୁ ଅର୍ଥ ସହାୟତା ଯୋଗାଇଦେବାପାଇଁ କହିବା ପରେ ବିଡିଓ ସମ୍ମତି ପ୍ରକାଶ କରିଥିଲେ l ଏମାନଙ୍କ ସହିତ ପିଏଚଇଓ ପ୍ରବାସିନୀ ପଣ୍ଡା ଏବଂ ବିପିଏମ ଦିଲ୍ଲୀପକୁମାର ସାହୁ ଉପସ୍ଥିତ ଥିଲେ l ଏଥିସହିତ ତହସିଲଦାର ଶ୍ରୀ ମଣ୍ଡଳ ସେଠାରୁ ଫେରିବା ସମୟରେ ବେଗୁନିଆରେ କୋଭିଡ ନିୟମ ଉଲ୍ଲଂଘନକାରୀମାନଙ୍କ ଠାରୁ ୭ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି l

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories