www.samajalive.in
Monday, December 8, 2025
13.1 C
Bhubaneswar

ସ୍କୁଲ ପାଠାଗାରକୁ ବହି ଯୋଗାଣ ପ୍ରସଙ୍ଗ, ହଟିଲା ଅନ୍ତରୀଣ ନିର୍ଦେଶ

କଟକ: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ମାଧ୍ୟମ ସ୍କୁଲ ପାଠାଗାରକୁ ବହି ଯୋଗାଣ ଲାଗି ଆରମ୍ଭ ହୋଇଥିବା ଟେଣ୍ଡର ଚୂଡ଼ାନ୍ତ ନ କରିବାକୁ ମାର୍ଚ୍ଚ ୧୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଚ୍ଚ ନ୍ୟାୟାଳୟ ଉଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ବିଚାରପତି ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ଦାଶଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ସରକାରୀ ଆଇନଜୀବୀ ଏସ.କେ.ପରିଡା ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ମାଧ୍ୟମ ସ୍କୁଲ ପାଠାଗାରକୁ ବହି ଯୋଗାଣ ଲାଗି ଟେଣ୍ଡର ପ୍ରକ୍ରିୟାରେ ବହି ଚୟନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସାତଜଣିଆ ସମିତି ଗଠନ କରାଯାଇଥିଲା। ଏହି ସମିତିର ସଦସ୍ୟଙ୍କ ଦ୍ବାରା ଲେଖା ଯାଇଥିବା କୌଣସି ବହିକୁ ଟେଣ୍ଡର ପ୍ରକ୍ରିୟାରେ ଯୋଗାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ୨୦୨୧, ଫେବ୍ରୁଆରୀ ୧୮ରେ ନିଷ୍ପତ୍ତି ନିଆଯାଇଥିଲା। ସମଗ୍ର ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରକ୍ଷା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ଉଚ୍ଚନ୍ୟାୟାଳୟ ଗ୍ରହଣ କରି ମାର୍ଚ୍ଚ ୧୯ର ଅନ୍ତରୀଣ ଆଉ ବଳବତ୍ତର ରହିବା ଆବଶ୍ୟକ ନାହିଁ ବୋଲି ଦର୍ଶାଇଛନ୍ତି। ଏହି ମାମଲାର ଚୂଡାନ୍ତ ଶୁଣାଣି ସେପ୍ଟେମ୍ବର ୨୮କୁ ଧାର୍ଯ୍ୟ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories