www.samajalive.in
Sunday, December 7, 2025
23.1 C
Bhubaneswar

ଜଣେ ହତ୍ୟାକାରୀ, ଆଉ ଜଣେ ମୁସଲମାନ ଆମ୍ବୁଲାନ୍ସ ଚାଳକ: ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଭୋପାଳ: ଦେଶରେ ଏବେ କରୋନା ମହାମାରୀ ଯେଉଁଭଳି ସ୍ଥିତିରେ ପହଞ୍ଚିଛି, ଡାକ୍ତରଖାନା ବାରଣ୍ଡା, ଶ୍ମଶାନ ଘାଟରେ ଯେଉଁଭଳି ଭାବରେ ମୃତଦେହ ଉପରେ ମୃତଦେହ ଗଦା ହେବାରେ ଲାଗିଛି; ତାହା ଯେକେହି କଠୋର ବ୍ୟକ୍ତିଙ୍କ ହୃଦୟକୁ ତରଳାଇ ଦେବ। ତାହା ହିଁ ଘଟିଛି ଜଣେ ହତ୍ୟାକାରୀଙ୍କ କ୍ଷେତ୍ରରେ। ଏକ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିବା ଜଣେ ବ୍ୟକ୍ତି ଏବେ କରୋନା ଆକ୍ରାନ୍ତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଉକ୍ତ ବ୍ୟକ୍ତି ଜଣକ କାରାଗାରରୁ ସର୍ତ୍ତମୂଳକ ସାମୟିକ ଛୁଟି (ପାରୋଲ)ରେ ଘରକୁ ଆସିଥିବାବେଳେ ନିଜର ପୁରା ସମୟ କରୋନାରେ ମୃତବ୍ୟକ୍ତିଙ୍କ ଶବଦାହରେ ଲାଗିପଡିଛନ୍ତି। କରୋନାରେ ସଂକ୍ରମିତ ହୋଇ ମୃତ୍ୟୁଘଟୁଥିବା ଲୋକଙ୍କ ଆତ୍ମୀୟସ୍ୱଜନ, ପରିବାରବର୍ଗ ଏବଂ ସାହି ପଡିଶା କେହି ମୃତଦେହ ପାଖ ମାଡୁନଥିବାବେଳେ ଏହି ବ୍ୟକ୍ତିଜଣକ ଉକ୍ତ ମୃତଦେହ ଦାହ କରିବା ନିଜର ଏକ ଦାୟିତ୍ୱ ବୋଲି ଧରିନେଇଛନ୍ତି।
ଏହି କଏଦୀ ଜଣକ ହେଉଛନ୍ତି ଶ୍ୟାମ ବାବା। ମଧ୍ୟପ୍ରଦେଶର ଧର ଜିଲାରେ ତାଙ୍କ ଘର। ଏକ ହତ୍ୟା ମାମଲାରେ ସେ ୨୦୦୯ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦେଶରେ କୋଭିଡ ତାର କାୟା ବିସ୍ତାର କରିବା ପରେ ରାଜ୍ୟ ସରକାର ପ୍ରାୟ ୧୨୦୦୦ କଏଦୀଙ୍କୁ ଗତବର୍ଷ ପାରୋଲରେ ଛାଡିଥିଲେ। ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହରରେ ପ୍ରତିଦିନ ଶହ ଶହ ଲୋକଙ୍କର ମୃତ୍ୟୁ ଘଟୁଛି। ଶ୍ୟାମ ବାବା ଲକ୍ଷ୍ୟକଲେ କରୋନରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହର ପାଖ କେହି ମାଡୁନାହାନ୍ତି। ଅନେକ କ୍ଷେତ୍ରରେ ସେଗୁଡିକ ପଡିରହି ପଚିଯାଉଛି। ଶେଷରେ ଶ୍ୟାମ ବାବା ନିଷ୍ପତ୍ତି ନେଲେ ସେ ଉକ୍ତ ମୃତଦେହଗୁଡିକୁ ନେଇ ଦାହ କରିବେ। ଶ୍ମଶାନ ଘାଟରେ ସାରାଦିନ ରହି ସେ ଆମ୍ବୁଲାନ୍ସଗୁଡିକରୁ ମୃତଦେହ ବାହାର କରିବାରେ ସାହାଯ୍ୟ କରୁଛନ୍ତି। ତାହାପରେ ମୃତଦେହ ପାଇଁ କାଠ ସଜାଡି ତାହାର ଯଥାବିଧି ଅନ୍ତିମ ସଂସ୍କାର କରୁଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ପ୍ରଭାବିତ ହୋଇ କାରାଗାର କର୍ତ୍ତୃପକ୍ଷ ଶ୍ୟାମ ବାବାଙ୍କ ପାରୋଲ ଅବଧି ଆଉ ଦୁଇମାସ ବୃଦ୍ଧି କରିଛନ୍ତି। ଏତେ ଲୋକଙ୍କ ମୃତ୍ୟୁ ଘଟିବା ତାଙ୍କ ହୃଦୟଙ୍କୁ ଭାଙ୍ଗି ଦେଇଛି ବୋଲି କହିଛନ୍ତି ଶ୍ୟାମ ବାବା। ସବୁ ସମୟରେ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଏହି ମହାମାରୀରୁ ଜନସାଧାରଣ ସୁରକ୍ଷିତ ରଖିବାକୁ।

ତାଙ୍କଭଳି ଆଉଜଣେ ବ୍ୟକ୍ତି ଯିଏ ମହାମାରୀ ସମୟରେ ଜାତି, ଧର୍ମରୁ ଊଦ୍ଧ୍ୱର୍କୁ ଯାଇ ମାନବିକତାର ପରିଚୟ ଦେଇଛନ୍ତି। ଘଟଣା ଘଟିଛି ଜାମ୍ମୁ କାଶ୍ମୀରର ମେନ୍ଧର ଜିଲାରେ। ଦୁଇଦିନ ତଳେ ମେନ୍ଧର ଜିଲାରେ ଜଣେ ମହିଳା ରାସ୍ତାକଡରେ ପଡି ଛଟପଟ ହେଉଥିଲେ। ସେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରି କେହି ତାଙ୍କ ପାଖକୁ ଗଲେନାହିଁ। ଶେଷରେ ତାଙ୍କୁ ପୁଲିସ ଏବଂ କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରି ଡାକ୍ତରଖାନାକୁ ନେଲେ। ସେଠାରେ ସମସ୍ତ ଚେଷ୍ଟା ସତ୍ତେ୍ୱ ମହିଳାଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିଲା ନାହିଁ। ଦୁର୍ଭାଗ୍ୟକୁ ତାଙ୍କ ମୃତଦେହ ନେବାକୁ କେହି ଆସିଲେନାହିଁ। ଶେଷରେ ଜାମ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଜଣେ ଆମ୍ବୁଲାନ୍ସ ଚାଳକ ମୀର ଅହମଦ ଉକ୍ତ ମହିଳାଙ୍କ ଶବ ସତ୍କାର କରିବାକୁ ଆଗେଇ ଆସିଲେ। ନିଜେ ପିପିଇ କିଟ୍‍ ପିନ୍ଧି ମହିଳାଙ୍କ ମୃତଦେହକୁ ଶ୍ମଶାନକୁ ନେବାପରେ ସେଠାରେ ତାକୁ ଦାହ କଲେ। ଏବେ ଦେଶ ବିଦେଶରେ ଉକ୍ତ ଆମ୍ବୁଲାନ୍ସ ଚାଳକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories