www.samajalive.in
Saturday, December 6, 2025
16.1 C
Bhubaneswar

ମନର କଥା ନ କହି କାମର କଥା କୁହନ୍ତୁ ମୋଦୀ: ହେମନ୍ତ ସୋରେନ

ରାଞ୍ଚି: କରୋନା ଭୂତାଣୁ ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସେ କହିଛନ୍ତି, କୋଭିଡ-୧୯ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ ତାଙ୍କୁ ନିଜର ‘ମନର କଥା’ କହିଲେ। ଭଲ ହୋଇଥାନ୍ତା ଯଦି ପ୍ରଧାନମନ୍ତ୍ରୀ କାମର କଥା କହିଥାନ୍ତେ ଏବଂ କାମର କଥା ଶୁଣିଥାନ୍ତେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କୋଭିଡ-୧୯ ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରତିକ୍ରିୟା ଦେଇଛନ୍ତି।

- Advertisement -

ହେମନ୍ତ ସୋରେନ ଟ୍ବିଟ୍‌ କରି ଲେଖିଛନ୍ତି, ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ସେ କେବଳ ନିଜ ମନର କଥା କହିଲେ। ଭଲ ହୋଇଥାନ୍ତା ଯଦି ସେ କାମର କଥା କହିଥାନ୍ତେ ଏବଂ କାମର କଥା ଶୁଣିଥାନ୍ତେ। ସୋରେନ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଆଲୋଚନା ସମୟରେ ତାଙ୍କୁ ତାଙ୍କ ରାଜ୍ୟର ପ୍ରସଙ୍ଗ ବିଷୟରେ ଅବଗତ କରାଇବାକୁ ସୁଯୋଗ ଦିଆଯାଇ ନ ଥିଲା। ପ୍ରଧାନମନ୍ତ୍ରୀ କେବଳ କୋଭିଡ-୧୯ ସ୍ଥିତି ଉପରେ ଆଲୋଚନା କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories