www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜରିମାନା ଆଦାୟ ହୋଇଛି ୧୫କୋଟି: ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: କରୋନା ସଚେତନତା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫କୋଟି ଜରିମାନା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ସଚେତନତା ସୃଷ୍ଟି କରାଯାଉଛି। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ପାଳନ କରନ୍ତୁ। କଟକଣା ମାନିଲେ ହାରିବ କରୋନା ବୋଲି ଡିଜିପି ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ବେଳେ ଥାନାକୁ ନ ଆସିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। କୌଣସି ଆପତ୍ତି ଅଭିଯୋଗ ଓ ଏତଲା ଥିଲେ ଟେଲିଫୋନ୍‌ରେ ଜଣାନ୍ତୁ। ଥାନା କିମ୍ବା ଏସ୍‌ପି ଅଫିସ୍‌କୁ ଫୋନ୍‌ କରି ନିଜ ଅଭିଯୋଗ ଜଣାନ୍ତୁ। ଟେଲିଫୋନ୍‌ କଲେ ପୁଲିସ ଆପଣଙ୍କ ସମସ୍ୟା ସମାଧାନ କରିବ। ୧୫କୋଟିରୁ ଅଧିକ ଜୋରିମାନା ଆଦାୟ ହୋଇଛି। କେବଳ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୬କୋଟି ଜୋରିମାନା ଆଦାୟ। ରାଜ୍ୟରେ ୫୫୩ଜଣଙ୍କୁ ଗିରଫ କରାଯାଇଛି। କୋଭିଡ୍ କଟକଣା ପାଇଁ ପଦକ୍ଷେପ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‌ କଟକଣା ମାନିଲେ ମହାମାରୀ କରୋନାର ମୁକାବିଲା କରିହେବ। କରୋନା କଟକଣା ପାଳନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ସଚେତନତା ସୃଷ୍ଟି କରାଯାଉଛି। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ପାଳନ କରନ୍ତୁ। ତେଣୁ ଆପଣମାନେ ସମସ୍ତେ କୋଭିଡ୍‌ ନିୟମପାଳନ କରନ୍ତୁ ଏବଂ ରାଜ୍ୟରେ ଜାରି ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ମାନନ୍ତୁ ବୋଲି ଡିଜିପି ଅଭୟ ଆହ୍ବାନ ଦେଇଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories