www.samajalive.in
Tuesday, December 9, 2025
15.1 C
Bhubaneswar

ତାଲାବନ୍ଦର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ

ବେଗୁନିଆ : ସରକାର ଆଜିଠାରୁ ଆସନ୍ତା୧୯ତାରିଖ ପର୍ୟ୍ୟନ୍ତ ତାଲାବନ୍ଦ ଘୋଷଣା କରିଥିବାବେଳେ ବେଗୁନିଆରେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପନିପରିବାଠାରୁ ଆରମ୍ଭ କରି ମାଛ ମାଂସ ଏବଂ ତେଜରାତି ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ବୁଧବାର ବେଗୁନିଆରେ ପରିବା ହାଟ ଥିବାବେଳେ କୌଣସି ବେପାରୀ ଉକ୍ତ ହାଟକୁ ଆସି ନ ଥିଲେ। ୩/୪ଜଣ ବେପାରୀ ବିକ୍ରି କରୁଥିବା ପନିପରିବାର ମୂଲ୍ୟ ଗତକାଲିଠାରୁ ଆଜି ଯଥେଷ୍ଟ ଅଧିକ ଥିଲା। ସେହିପରି ମାଛ ମାଂସ ଦର ମଧ୍ୟ ସେହି ଅନୁସାରେ ବୃଦ୍ଧି କରି ବିକ୍ରି ହେଉଥିଲା ।

ବେଗୁନିଆ ଥାନା ମୁଖ୍ୟ ଫାଟକ ଆଗରେ ବେପାରୀମାନେ ବିନା ମାସ୍କରେ ବସି ଚଢା ଦରରେ ମାଛ ବିକ୍ରୀ କରୁଥିବା ବେଳେ ସାମାଜିକ ଦୂରତା ଉପରେ ଆଦୋୖ ଗୁରୁତ୍ୱ ଦିଆଯାଉ ନଥିବାର ଦେଖିବାକୁ ମିଳିଥିଲା। ଏଥିପ୍ରତି ପୋଲିସର ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ନଥିଲା। ଆଜି ସକାଳୁ ବେଗୁନିଆରେ ଲୋକମାନେ ଯେଭଳି ବିନା ମାସ୍କରେ ସାମାଜିକ ଦୂରତା ନରଖି ଯେପରି ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ କିଣୁଥାନ୍ତି ତାହା ଦେଖିଲେ ତାଲା ବନ୍ଦର ପ୍ରଭାବ ସେମାନଙ୍କ ଉପରେ କିଛି ପଡିଲା ପରି ଜଣା ପଡୁନଥିଲା । ଆଜି ତାଲା ବନ୍ଦର ପ୍ରଥମ ଦିନରୁ ଯଦି ବେପାରୀ ମାନେ ନିଜ ଇଛା ଅନୁସାରେ ପ୍ରତେକ ଜିନିଷର ଏପରି ଦରବୃଦ୍ଧି କରନ୍ତି ତାହେଲେ ଆଗାମୀ ଦିନରେ ଜନସାଧାରଣ ଏଥିପାଇଁ କି ଅବସ୍ଥା ଭୋଗ କରିବେ ତାହା ଜିଲ୍ଲାପାଳ ହୃଦୟଙ୍ଗମ କରି ସେଥିପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories