www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏଲ-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଚଳିତବର୍ଷର ଆଇପିଏଲ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଟିମଗୁଡ଼ିକର ଅନେକ ଖେଳାଳି ଏବଂ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବସିସିଆଇ) ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ଜୈବ ସୁରକ୍ଷିତ ବାତାବରଣ (ବାୟୋ ବବଲ)ରେ ମ୍ୟାଚଗୁଡ଼ିକ ଆୟୋଜନ କରାଯିବା ସତ୍ବେ କରୋନାର ଅନେକ ମାମଲା ସାମ୍ନାକୁ ଆସିବାରୁ ବିଶ୍ଵର ସବୁଠୁ ଲୋକପ୍ରିୟ ଏହି ଟି-୨୦ ଟୁର୍ନାମେଣ୍ଟକୁ ଶେଷରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡ଼ିଛି।

ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, ଟୁର୍ନାମେଣ୍ଟକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ଏହାର ଆୟୋଜନ କରାଯିବାକୁ ଉଦ୍ୟମ କରାଯିବ। କିନ୍ତୁ ଚଳିତ ମାସରେ ଏହାର ଆୟୋଜନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)ର ରିଦ୍ଧିମାନ ଶାହଙ୍କ ସମେତ ଚେନ୍ନାଇ ସୁପର କିଙ୍ଗ୍‌ସ, କଲକାତା ନାଇଟ ରାଇଡର୍ସ ଆଦି ଟିମ୍‌ର ଅନେକ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories