www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ ନିୟମ ଉଲଂଘନ ଅଭିଯୋଗ ୨ଟି ଘରୋଇ କ୍ଲିନିକ ସିଲକଲା ପ୍ରଶାସନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜ ସହରରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସ୍ଥାନୀୟ ୨ଟି ଘରୋଇ କ୍ଲିନିକ ଓ ସଂଲଗ୍ନ ମେଡିସିନ ଷ୍ଟୋର କୁ ସ୍ଥାନୀୟ ବିଜ୍ଞପିତ  ଅଞ୍ଚଳ ପରିଷଦ ଏବଂ ତହସିଲଦାର ସିଲ କରିବା ସହ ଉଭୟଙ୍କୁ ୫ ହଜାର ଲେଖାଏ ଜରିମାନା କରିଛନ୍ତି। ପ୍ରାପ୍ତ ସୂଚନା ମତେ ସ୍ଥାନୀୟ ତହସିଲଦାର ଅଶୋକ ମାଝୀ ଙ୍କ ସହ ଏନ.ଏ.ସି କର୍ମଚାରୀ ଓ ପୋଲିସ ମିଳିତ ଭାବରେ ସହରରେ ପାଟ୍ରୋଲିଂ କରୁଥିବା ସମୟରେ ଥାନା ନିକଟ ବର୍ଷା ମେଡିକାଳ ଓ କ୍ଲିନିକ ଏବଂ ରୋଡନଂ-୪ ସ୍ଥିତ କ୍ରିଷ୍ଣା ମେଡିକାଲ ଏବଂ ସଲଗ୍ନ ଘରୋଇ କ୍ଲିନିକରେ କୋଭିଡ ନିୟମ ଉଲଂଘନ ସହ ଅମାନିଆ ମାନେ ଭିଡଜମାଇବା ସହ ସାମାଜିକ ଦୂରତା ଉଲଂଘନ ଦେଖିବାପରେ ତୁରନ୍ତ ୨ଟି ଘରୋଇ କ୍ଲିନିକ ଏବଂ ମେଡିସିନ ଷ୍ଟୋରକୁ ସିଲ କରିବା ସହ ଫାଇନ ଆଦାୟ କରିଥିଲେ। ଏହି ଏନଫୋର୍ସମେଣ୍ଟ ଟିମରେ ତହସିଲଦାରଙ୍କ ସହ କୋଭିଡ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ ପୋଲିସ ଏସ.ଆଇ ପ୍ରଦିପ କୁମାର ଦୁରିଆ ବିଜ୍ଞପିତ  ଅଞ୍ଚଳ ପରିଷଦର କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମଧ୍ୟ କୋଭିଡ ନିୟମ ଉଲଂଘନରେ କେତେକ ବ୍ୟବସାୟ ପ୍ରତିଷ୍ଠାନ ଓ ଘରୋଇ କ୍ଲିନିକକୁ ମଧ୍ୟ ସିଲ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories