www.samajalive.in
Monday, December 8, 2025
13.1 C
Bhubaneswar

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍‌ କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ପିପିଲିରେ ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ରିପୋର୍ଟ ଆଧାରରେ ପିପିଲିରେ ଉପନିର୍ବାଚନକୁ ସ୍ଥଗିତ ରଖାଯିବା ନେଇ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେଥିପାଇଁ ଏବେ ଆଉ ପିପିଲି ଉପନିର୍ବାଚନ ହେବ ନାହିଁ। ତେଣୁ ପିପିଲିରେ ନିର୍ବାଚନ ଆଚରଣବିଧିକୁ ଉଠାଇ ଦିଆଯାଇଛି। ପିଲିଲି ନିର୍ବାଚନ ପାଇଁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହି ଅନୁଯାୟୀ ପିପିଲିରେ ଉପନିର୍ବାଚନ କରାଯବ ବୋଲି ଜଣାଯାଇଛି। ପିପିଲି ଉପନିର୍ବାଚନ ମେ’ ୧୬ ତାରିଖରେ କରାଯିବା ନେଇ ଧାର୍ଯ୍ୟ କରାଯାଇଥିଲା। ଏହାପୂର୍ବରୁ ପିପିଲି ଉପନିର୍ବାଚନ ମେ’ ୧୩ରେ ହେବାର ଥିଲା।


ସେହିପରି ରାଜ୍ୟରେ ଦିନକୁ ଦିନ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମ୍‌ସେରଗଞ୍ଜ ବିଧାନସଭା ଆସନର ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ତେଣୁ ଓଡ଼ିଶାର ପିପିଲି ସମେତ ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମ୍‌ସେରଗଞ୍ଜ ବିଧାନସଭା ଆସନର ଉପନିର୍ବାଚନକୁ ବାତିଲ କରାଯାଇଛି ଏବଂ ଏହି ନିମୟ ତତ୍କାଳ ଲାକୁ କରିବାକୁ ଭାରତୀୟ ନିର୍ବାଚନ କମିଶନ ନିର୍ଦେଶ ଜାରି କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories