www.samajalive.in
Friday, December 12, 2025
23.1 C
Bhubaneswar

ସୁସ୍ଥ ରହିବା ପାଇଁ ସେବନ କରନ୍ତୁ ଗୁଡ , ରାଶି ,ହଳଦୀ

ଖଜୁରୀ –
ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କ୍ଷୀର ସହ ଖଜୁରୀର ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।
ଗୁଡ଼ –
ଗୁଡ଼ରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଥଣ୍ଡା ଦିନରେ ଏହାର ସେବନ କରିବା ଦ୍ୱାରା ଥଣ୍ଡା, କାଶରୁ ଏହା ଶରୀରକୁ ଦୂରେଇ ରଖେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଉଷୁମ କ୍ଷୀରରେ ଏହାର ସେବନ କଲେ ଓଜନ ହ୍ରାସ ହୋଇଥାଏ। ପାଚନ ତନ୍ତ୍ର ସୁସ୍ଥ ରହିଥାଏ।
ବାଜରା –
ବାଜରା ଖାଇବା ଦ୍ୱାରା ଶରୀରରକୁ ଉପଯୁକ୍ତ ପରିମାଣରେ କ୍ୟାଲସିୟମ ଓ ଫାଇବର ମିଳିଥାଏ। ଯାହା ଥଣ୍ଡା କାରଣରୁ ହେଉଥିବା ଶରୀରର ବିଭିନ୍ନ ଯନ୍ତ୍ରଣା ଯେପରି ଆଣ୍ଠୁ, ଗଣ୍ଠି ବ୍ୟଥା ଦୂର କରିଥାଏ। ଏହା କୋଲେଷ୍ଟେରୋଲ୍‍ ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ।
ରାଶି –
ରାଶିରେ ଆଣ୍ଟି-ବ୍ୟାକ୍ଟେରିୟଲ ତତ୍ତ୍ୱ ରହିଛି। ହୃଦୟ ଜନିତ ବିଭିନ୍ନ ସମସ୍ୟାରୁ ଶରୀରକୁ ଦୂରରେ ରଖିବା ସହ ଥଣ୍ଡାରୁ ମଧ୍ୟ ରକ୍ଷା କରେ। କୋଲେଷ୍ଟେରୋଲ୍‍ ର ସ୍ତରକୁ ନିୟନ୍ତ୍ରଣ କରିଥାଏ।
ହଳଦୀ –
ହଳଦୀରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଥଣ୍ଡା ସମୟରେ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଥଣ୍ଡା ସମସ୍ୟା ଦୂର ହେବା ସହ ଥଣ୍ଡାରୁ ମୁକ୍ତି ମିଳିଥାଏ। ହାଡ଼ ଶକ୍ତ ହୋଇଥାଏ।
ଗାଜର –
ଗାଜରରେ ପୋଟାସିୟମ, ଭିଟାମିନ ଏ, ଆଇରନ ଭରପୁର ମାତ୍ରାରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ବିଟ୍‍ –
ବିଟ୍ ରେ ଭିଟାମିନ ଏ, ବି, ବି-୧୨, ଭଳି ବହୁ ପୋଷକ ତତ୍ତ୍ୱ ରହିଛି। ଏହାର ନିମୟିତ ସେବନ କରିବା ଦ୍ୱାରା ଶରୀର ବିଭିନ୍ନ ରୋଗରୁ ଦୂରେଇ ରହିବା ସହ ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିଥାଏ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories