www.samajalive.in
Monday, December 8, 2025
24.1 C
Bhubaneswar

୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ, ରାଜଧାନୀ ଚିକିତ୍ସାଳୟରେ ଲମ୍ବା ଧାଡ଼ି

ଭୁବନେଶ୍ୱର: ସରକାରଙ୍କ ଘୋଷଣାକ୍ରମେ ରାଜଧାନୀ ଭୁବନେଶ୍ଵରରେ ଆଜିଠାରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ମାଗଣା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ସୋମବାର ସକାଳୁ ରାଜଧାନୀ ଚିକିତ୍ସାଳୟ ପରିସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଟିକାକରଣ ଆରମ୍ଭ ହୋଇଥିବାରୁ ଲୋକଙ୍କ ଲମ୍ବାଧାଡ଼ି ଲାଗିଥିଲା। ପ୍ରାୟ ୩୦ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା ସୂଚନା ମିଳିଛି।

ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ। ୪୫ବର୍ଷରୁ ଅଧିକ ନାଗରିକଙ୍କୁ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯିବ। ଏହାରି ମଧ୍ୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକମାନଙ୍କୁ ଟିକା ଦିଆଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories