www.samajalive.in
Monday, December 8, 2025
16.1 C
Bhubaneswar

ରାମନାଗୁଡାରେ ସପ୍ତାହନ୍ତ ସଟଡାଉନ୍ ; ପୁଲିସ ପାଟ୍ରୋଲିଂ କଡାକଡି

ରାମନାଗୁଡା : କରୋନାର ଦ୍ବିତୀୟ ଲହର ଏବେ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ମଧ୍ୟ ସପ୍ତାହନ୍ତ ସଟଡାଉନ୍ ଜାରିରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡ଼ିଦେଲେ ସମସ୍ତ ପ୍ରକାର ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଥିରେ ଆମ୍ବୁଲାନ୍ସସେବା,ବିଦ୍ୟୁତସେବା,ଟେଲିଫୋନ ସେବା,ସ୍ବାସ୍ଥ୍ୟ ଓ ମାଲ୍ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି।
ସେହିପରି ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ସଟଡାଉନ୍ ସମୟରେ ଲୋକଙ୍କୁ ଘରୁ ନବାହାରିବା ଅନୁରୋଧ କରିବା ସହ ପୁଲିସ ପକ୍ଷରୁ ରାମନାଗୁଡା ମୁଖ୍ୟ ବଜାର ଛକ ,ବ୍ଲକ ଅଫିସ ଛକ ଆଦି ସ୍ଥାନ ଗୁଡିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସେହିପରି ସଟଡାଉନ୍ ସମୟରେ କିଛି ଅମାନିଆଙ୍କୁ ଫାଇନ ଆଦାୟ କରାଯିବା ମାସ୍କ ଆଦି ବ୍ୟବହାର ସହ ଅତିଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ରାମନାଗୁଡା ଭାରାପ୍ରାପ୍ତ ତହସିଲଦାର ଫ୍ରଡିନାଲ୍ ଏକ୍କା ଓ ରାମନାଗୁଡା ବିଡ଼ିଓ ବେଣୁଧର ଶବର,ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଆନ୍ଦ୍ର- ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିବା ସହ ସୀମାନ୍ତରେ ପ୍ରବାସୀଙ୍କ ଆଗମନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ପ୍ରତ୍ୟେକ ଦିନ ସମସ୍ତ ଅଧିକାରୀ ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ଲୋକଙ୍କୁ ମାସ୍କ ବହୁଳ ବ୍ୟବହାର ନେଇ ସଚେତନ କରୁଛନ୍ତି।
ଦିନକୁ ଦିନ ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ରାମନାଗୁଡାରୁ ୬ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମାନ ଅନୁପାତରେ ସୁସ୍ଥ ସଂଖ୍ୟା ହେଉଥିବାରୁ ବାହାରୁ ଆସୁଥିବା ପ୍ରବାସୀ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରାମନାଗୁଡାରେ ବଢ଼ିଚାଲିଥିବା କରୋନା ପ୍ରକୋପରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର,ତହସିଲଦାର ଫଡ୍ରିନାଲ ଏକ୍କା,ଫାଣ୍ଡିଅଧିକାରୀ କୃତିବାସ ହରିଚନ୍ଦନ ସମସ୍ତ ଜନସାଧାରଣଙ୍କୁ କୋଭିଡ଼ କଟକଣା ମାନି ଚାଲିବାକୁ ପରାର୍ମଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories