www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶାରୁ ଯୋଗାଣ ହେଲାଣି ୨୧୧୨ ଟନ୍‌ ଅମ୍ଳଜାନ

ଭୁବନେଶ୍ଵର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୧୨ଟି ଟ୍ୟାଙ୍କର ଯୋଗେ ୨୧୧୨.୦୫୧ ଟନରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,  ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟାତ ନିମନ୍ତେ ଏକ ସ୍ୱତନ୍ତ୍ର ସବୁଜ ପଥ ପ୍ରସ୍ତୁତ କରାଯାଇଛି। ଅମ୍ଳଜାନ ଟ୍ୟାଙ୍କର ଯାତାୟାତରେ ଯେପରି କିଛି ଅସୁବିଧା ନ ହେବ ସେଥିଲାଗି ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଅନୁଗୋଳ ଜିଲ୍ଲାରୁ ୧୮ଟି ଟ୍ୟାଙ୍କର ଯୋଗେ ୨୭୮.୭ ଟନ୍, ଢେଙ୍କାନାଳ ଜିଲ୍ଲାରୁ ୧୪ଟି ଟ୍ୟାଙ୍କର ଯୋଗେ ୨୩୧.୧୬ ଟନ, ଯାଜପୁର ଜିଲ୍ଲାକୁ ୩୩ଟି ଟ୍ୟାଙ୍କର ଯୋଗେ ୭୦୨.୭୪ ଟନ୍ ଏବଂ ରାଉରକେଲାରୁ ୪୭ଟି ଟ୍ୟାଙ୍କର ଯୋଗେ ୮୯୯.୪୫୧ ଟନ୍ ଅମ୍ଳଜାନ ପଠାଯାଇଛି।

- Advertisement -

ଏସବୁ ଅମ୍ଳଜାନ ମଧ୍ୟରୁ ୩୮ଟି ଟ୍ୟାଙ୍କର ଯୋଗେ ଆନ୍ଧ୍ରପ୍ରଦେଶକୁ ୮୧୧.୦୪ଟନ୍, ୨୭ଟି ଟ୍ୟାଙ୍କର ଯୋଗେ  ତେଲେଙ୍ଗାନାକୁ ୪୭୯.୪୧୯ଟନ୍, ତାଲିମନାଡୁକୁ୨ଟି ଟ୍ୟାଙ୍କର ଯୋଗେ ୩୬.୧ଟନ୍, ହରିୟାଣାକୁ ୮ଟି ଟ୍ୟାଙ୍କରରେ ୧୮୭.୫୧୨ ଟନ୍, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨.୦୬ ଟନ୍, ଛତିଶଗଡ଼କୁ ୫ଟି ଟ୍ୟାଙ୍କରରେ ୭୮.୨୨ଟନ୍, ଉତ୍ତରପ୍ରଦେଶକୁ ୯ଟି ଟ୍ୟାଙ୍କର ଯୋଗେ ୧୫୬.୩୮ ଟନ ଏବଂ ମଧ୍ୟପ୍ରଦେଶକୁ  ୧୭ଟି ଟ୍ୟାଙ୍କର ଯୋଗେ  ୨୫୧.୩୨ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ ପକ୍ଷରୁ  ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅମ୍ଳଜାନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ଵରାନ୍ବିତ କରାଯାଉଛି। ଜିଲାର ସମସ୍ତ ଏସପି, ଡିସିପି, ରେଞ୍ଜ ଆଇଜି, ଆଇଜି ଏବଂ ପୁଲିସ କମିଶନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ଵରାନ୍ବିତ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories