www.samajalive.in
Thursday, December 11, 2025
13.1 C
Bhubaneswar

ଦେଶରେ କୋଭିଡ-୧୯ ସ୍ଥିତି: ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଦେଶରେ କୋଭିଡ-୧୯ ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସେହି ବୈଠକରେ ସୂଚନା ଦିଆଯାଇଛି। ଅକ୍ସିଜେନ ଯୋଗାଣ ବୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ ନିମନ୍ତେ କରାଯାଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ଗତବର୍ଷ ଅଗଷ୍ଟରେ ଦୈନିକ ୫ ହଜାର ୭୦୦ ମେଟ୍ରିକ ଟନ୍ ଥିବା ବେଳେ ଚଳିତ ବର୍ଷ ଏପ୍ରିଲ 25 ସୁଦ୍ଧା ଏହା ୮ ହଜାର ୯୨୨ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏପ୍ରିଲ ଶେଷ ସୁଦ୍ଧା ଦେଶରେ ଦୈନିକ ଘରୋଇ ଅକ୍ସିଜେନ ଉତ୍ପାଦନ ୯ ହଜାର ୨୫୦ ମେଟ୍ରିକ ଟନକୁ ଟପିଯିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଯଥାଶୀଘ୍ର ସମ୍ଭବ ପିଏସଏ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରଖି କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକୁ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ମଧ୍ୟ ଉତ୍ସାହିତ କରାଯାଉଥିବା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଅକ୍ସିଜେନ ଏକ୍ସପ୍ରେସ ରେଳ ସେବା ସହିତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଜରିଆରେ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଉଥିବା ଅକ୍ସିଜେନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି।

- Advertisement -


ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ାଇବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଚିକିତ୍ସା ଭିତ୍ତିଭୂମି ଓ କୋଭିଡ ପରିଚାଳନା ଉପରେ କାର୍ଯ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି କରାଯାଉଥିବା ପ୍ରୟାସ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସଠିକ ଭାବେ କୋଭିଡ ପରିଚାଳନା ଆବଶ୍ୟକତାକୁ କାର୍ଯ୍ୟକାରୀ କରିବା ସଂକ୍ରାନ୍ତରେ ଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଓ ରଣନୀତି ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। କୋଭିଡ ସଂକ୍ରାନ୍ତ ବ୍ୟବହାର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଦିଗରେ କରାଯାଉଥିବା ଉଦ୍ୟମ ସମ୍ପର୍କରେ ଯୋଗାଯୋଗ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଫାର୍ମାସ୍ୟୁଟିକାଲ୍ସ ବିଭାଗ ସଚିବ, ନୀତି ଆୟୋଗ ସଦସ୍ୟ, ଆଇସିଏମଆର ଡିଜି, ବାୟୋଟେକ୍ନୋଲୋଜି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories