www.samajalive.in
Monday, December 8, 2025
13.1 C
Bhubaneswar

ଅମ୍ଳଜାନ ଉତ୍ପାଦନ ପାଇଁ ଷ୍ଟେରଲାଇଟ୍‌ କାରଖାନା ଚାଲୁ କରିବାକୁ ବେଦାନ୍ତକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ତାମିଲନାଡୁର ଷ୍ଟରଲାଇଟ୍‌ କାରଖାନା(ତୁତୀକୋରିନ କପର କାରଖାନା)କୁ ପୁଣି ଥରେ ଚାଲୁ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ବେଦାନ୍ତକୁ ଅନୁମତି ଦେଇଛନ୍ତି। ତେବେ ଏହି କାରଖାନାରେ କେବଳ ଅମ୍ଳଜାନ ଉତ୍ପାଦନ ହେବ ଏବଂ ତାହାକୁ ଡାକ୍ତରଖାନାଗୁଡ଼ିକୁ ମାଗଣାରେ ଯୋଗାଇ ଦିଆଯିବ। କରୋନା ସଙ୍କଟ ସମୟରେ ଅମ୍ଳଜାନ ଅଭାବକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କାରଖାନାରେ କେତେ କର୍ମଚାରୀ କାର୍ଯ୍ୟ କରିବେ ତାହା ଏହି କମିଟି ସ୍ଥିର କରିବ। ସୂଚନାଯୋଗ୍ୟ, ବେଦାନ୍ତର ଏହି ଷ୍ଟେରଲାଇଟ୍‌ କାରଖାନା ୩ ବର୍ଷ ଧରି ବନ୍ଦ ପଡ଼ିଥିଲା। ଏହାକୁ ପୁଣି ଥରେ ଚାଲୁ କରିବା ଲାଗି ସୁପ୍ରିମକୋର୍ଟରେ ପିଟିଶନ ଦାୟର ହୋଇଥିବା। ବେଦାନ୍ତ ତରଫରୁ ବରିଷ୍ଠ ଓକିଲ ହରୀଶ ସାଲ୍‌ଭେ ସୁପ୍ରିମକୋର୍ଟରେ କହିଥିଲେ ଯେ, ବେଦାନ୍ତ ଉକ୍ତ କାରଖାନାରେ କେବଳ ଅମ୍ଳଜାନ ଉତ୍ପାଦନ କରିବାକୁ ଚାହୁଁଛି। ଏହି ପିଟିଶନ ଉପରେ ଶୁଣାରି କରି ସୁପ୍ରିମକୋର୍ଟ କହିଥିଲେ, କରୋନା ଏକ ଜାତୀୟ ବିପର୍ଯ୍ୟୟ। କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଛା ନ ହେବା ଉଚିତ।

- Advertisement -

ଉଲ୍ଲେଖ ଯେ, ପୂର୍ବରୁ ତାମିଲନାଡୁ ସରକାର ତୁତୀକୋରିନ ସ୍ଥିତ ଷ୍ଟେରଲାଇଟ୍‌ କାରଖାନାକୁ ଆଂଶିକ ଭାବେ ଚାଲୁ କରିବା ଲାଗି ଅନୁମତି ଦେଇଥିଲେ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡକାଇ ୪ ମାସ ପାଇଁ କାରଖାନାରେ ଅମ୍ଳଜାନ ଉତ୍ପାଦନ ଲାଗି ବେଦାନ୍ତଙ୍କୁ ମଞ୍ଜୁରୀ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ୨୦୧୮ରେ ଷ୍ଟେରଲାଇଟ କାରଖାନା ବିରୋଧରେ ଘଟିଥିବା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନରେ ୧୩ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟ ସରକାର ଏହାକୁ ସିଲ୍‌ କରିଦେଇଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories