www.samajalive.in
Wednesday, December 10, 2025
16.1 C
Bhubaneswar

ଆଜିଠୁ ସରକାରୀ ସ୍କୁଲରେ ନାମଲେଖା, ହ୍ବାଟ୍‌ସଆପରେ ସୂଚନା ପାଇବେ ଅଭିଭାବକ

ଭୁବନେଶ୍ଵର: ରାଜ୍ୟର ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲଗୁଡ଼ିକରେ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ। ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଡିପିସିଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ନାମଲେଖା ସମ୍ପର୍କରେ ‘ଶିକ୍ଷା ସଂଯୋଗ’ ହ୍ବାଟ୍ସଆପ୍‌ ଗ୍ରୁପ ଜରିଆରେ ଅଭିଭାବକମାନଙ୍କୁ ସୂଚନା ଦିଆଯିବ। ନାମଲେଖା କାର୍ଯ୍ୟ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ଚିଠିରେ ଅତିରିକ୍ତ ସଚିବ ନିର୍ଦେଶ ଦେଇଛନ୍ତି।

ତେବେ କରୋନାକୁ ଦୃଷ୍ଟିରେ ରଖି କେତେକ କଟକଣା ମଧ୍ୟ ଲାଗୁ ହୋଇଛି। ଯେମିତି କି ଏକ ସମୟରେ ୫ ଜଣରୁ ଅଧିକ ଅଭିଭାବକ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ବୋଲି ଚିଠିରେ କୁହାଯାଇଛି। ନାମଲେଖା ସମୟରେ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories