www.samajalive.in
Monday, December 8, 2025
24.1 C
Bhubaneswar

ବର କରୋନା ସଂକ୍ରମିତ ଚିହ୍ନଟ ପରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧି ହେଲା ବିବାହ

ମଧ୍ୟପ୍ରଦେଶ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ କରୋନା କଟକଣା ସହ ନିୟମାବଳୀ ଲାଗୁ କରାଯାଇଛି। ଏଭଳି ସମୟରେ ମଧ୍ୟ ଏକ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ମଧ୍ୟପ୍ରଦେଶର ରତଲାମରୁ ଏହି ଘଟଣା। ଏଠାରେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧି ବିବାହ କରିଛନ୍ତି। ଏହି ବିବାହରେ ବର,କନ୍ୟା, ପଣ୍ଡିତଙ୍କ ସମେତ ଉପସ୍ଥିତ ଥିବା ଅନ୍ୟ ଲୋକେ ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିଥିବା ଦେଖାଦେଇଛି। ଏହି ବିବାହର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିବାହ ଅଟକାଇ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ସମ୍ପନ୍ନ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ ବର କରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଏହାପରେ ବିବାହ ଅଟକାଇବାକୁ ସ୍ଥିର କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିବାହ ସ୍ଥିରୀକୃତ ସହ ଆୟୋଜନ କରାଯାଇଥିବାରୁ ବିବାହ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ସଭିଏଁ ଗୃହାବଦ୍ଧ ରହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories