www.samajalive.in
Thursday, December 11, 2025
14.1 C
Bhubaneswar

ଆଇପିଏଲ୍‌ରେ କରୋନାର କଳାବାଦଲ : ଅଶ୍ବିନ, ୩ ଅଷ୍ଟ୍ରେଲୀୟ ଘରକୁ ଫେରିଗଲେ

ନୂଆଦିଲ୍ଲୀ : ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଖେଳାଳି, ଅଧିକାରୀ ଓ କର୍ମଚାରୀ ଜୈବ ନିରାପତ୍ତା ବଳୟରେ ରହିଛି। ତଥାପି ମହାମାରୀ କରୋନା ସଂକ୍ରମଣର ଭୟ ଏହି ବଳୟକୁ ଭେଦକରି ଖେଳାଳିଙ୍କ ପାଖରେ ପହଞ୍ଚି ଯାଇଛି। ଭାରତରେ କରୋନା ସଂକ୍ରମଣର ସ୍ଥିତି ଭୟାନକ ରୂପ ଧାରଣ କରିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ଅପେକ୍ଷା ନିଜ ଘରେ ପରିବାର ଲୋକଙ୍କ ସହ ସମୟ ବିତାଇବାର ନିଷ୍ପତ୍ତି ନେଇଛନ୍ତି କିଛି ଖେଳାଳି। କୌଣସି ଅସୁବିଧା ନାହିଁ। ସୂଚନାଯୋଗ୍ୟ; ସୋମବାର ଆଇପିଏଲ୍‌ ଛାଡ଼ି ଘରକୁ ଚାଲି ଯାଇଥିବା ଖେଳାଳି ହେଲେ ଭାରତର ରବିଚନ୍ଦ୍ରନ୍ ଅଶ୍ବିନ୍ (ଦିଲ୍ଲୀ କ୍ୟାପିଟାଲ୍‌ସ), ଏବଂ ଅଷ୍ଟ୍ରେଲିଆର ୩ କ୍ରିକେଟର- ଆଣ୍ଡÐୁ ଟାଇ (ରାଜସ୍ଥାନ ରୟାଲ୍‌ସ), ଆଡାମ୍ ଜାମ୍ପା ଓ କେନ୍ ରିଚାର୍ଡସନ (ଉଭୟେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)।
ଗୋଟିଏ ଦିନରେ ୪ କ୍ରିକେଟର ଆଇପିଏଲ୍‌ ଛାଡ଼ିବା ପରେ ମଧ୍ୟ ସାମାନ୍ୟ ଚିନ୍ତାପ୍ରକଟ କରିନାହିଁ ଆୟୋଜକ ବିସିସିଆଇ। କ୍ରିକେଟ୍‌ ବୋର୍ଡ ସୋମବାର ଦୃଢ଼ତାର ସହ କହିଛି- ବର୍ତ୍ତମାନ ପାଇଁ ଆଇପିଏଲ୍‌ ଜାରିରହିବ। ଯଦି କେହି ଟୁର୍ଣ୍ଣାମେଣ୍ଟ ଛାଡ଼ି ଚାଲିଯିବାକୁ ଚାହାନ୍ତି; ଯାଇପାରନ୍ତି। ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରମୁଖ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ କହିଛନ୍ତି- ମୋ ପରିବାର ଏବେ କୋଭିଡ୍‌-୧୯ ବିରୋଧରେ ଲଢ଼ୁଛନ୍ତି। ଏପରି ସମୟରେ ମୋତେ ସେମାନଙ୍କ ସହ ରହିବା ଉଚିତ। ଯଦି ପରିସ୍ଥିତିରେ ଉନ୍ନତି ଘଟେ; ତେବେ ଆଇପିଏଲ୍‌କୁ ଫେରିପାରେ। ଏଣେ ଭାରତ ଛାଡ଼ି ଅଷ୍ଟ୍ରେଲିଆ ଯିବା ବାଟରେ ଦୋହା ବିମାନ ବନ୍ଦରରେ ରାଜସ୍ଥାନ ରୟାଲ୍‌ସର ଆଣ୍ଡÐୁ ଟାଇ କହିଛନ୍ତି, ମୋତେ ଲାଗିଥିଲା ଯେପରି ଭାରତରେ ବନ୍ଦ ହୋଇ ରହିଯିବି ଏବଂ ଆଉ ସ୍ବଦେଶ ଫେରିପାରିବି ନାହିଁ। ଗତ ଅଗଷ୍ଟରୁ ମାତ୍ର ୧୧ ଦିନ ଘରେ ରହିବା ପରେ ଜୈବ ନିରାପତ୍ତା ବଳୟରେ ପ୍ରବେଶ କରିଥିଲି। ତେଣୁ ଘରକୁ ଫେରିବା ପାଇଁ ଏତେ ବ୍ୟଗ୍ର ଅଛି। ଅନ୍ୟ ଦୁଇ ଅଷ୍ଟ୍ରେଲୀୟ କ୍ରିକେଟର ଆଇପିଏଲ୍‌ ଛାଡ଼ିବାକୁ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। ଫାଷ୍ଟବୋଲର ଆଣ୍ଡରୁ ଟାଇ ୧ କୋଟି ଟଙ୍କା ମୂଲ୍ୟରେ ରାଜସ୍ଥାନ ରୟାଲ୍‌ସରେ ସାମିଲ ହୋଇଥିଲେ। ତାଙ୍କୁ କୌଣସି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲେଗ୍‌ସ୍ପିନର ଆଡାମ୍ ଜାମ୍ପାଙ୍କୁ ଦେଢ଼ କୋଟି ଟଙ୍କାରେ କିଣିଥିଲା। ଜାମ୍ପା ମଧ୍ୟ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଦ୍ରୁତ ବୋଲର କେନ୍ ରିଚାର୍ଡସନଙ୍କୁ ୪ କୋଟି ଟଙ୍କାରେ ଆର୍‌ସିବି କିଣିଥିଲା। ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ରିଚାର୍ଡସନ ଗୋଟିଏ ମ୍ୟାଚ୍‌ ଖେଳି ୨୯ ରନ୍‌ଦେଇ ଗୋଟିଏ ୱିକେଟ ହାସଲ କରିଥିଲେ।
ଗତ ୨୪ ଘଣ୍ଟାରେ ଭାରତରେ ୩.୫୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୮୧୨ ଜଣ ପ୍ରାଣ ହରାଇଛନ୍ତି। ଏପରି ପରିସ୍ଥିତି ଦେଖି ଆଇପିଏଲ୍‌ ଖେଳୁଥିବା ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କିଛି ଖେଳାଳି ବହୁତ ଡରି ଯାଇଛନ୍ତି। ଜାଣିବାକୁ ମିଳିଛି ଯେ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରୁ ଆସୁଥିବା ସମସ୍ତ ବିମାନକୁ ବନ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାର ବିଚାର କରୁଛନ୍ତି। ତେଣୁ ଆଉ କିଛି ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଆଉ କିଛି ଖେଳାଳି ଆଇପିଏଲ୍‌ ଛାଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ। କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲୀୟ କ୍ରିକେଟର୍ସ ଆସୋସିଏସନ୍ ମଧ୍ୟ ସୋମବାର ମିଳିତ ବିବୃତି ଦେଇ ଭାରତର ପରିସ୍ଥିତି ଉପରେ ସେମାନେ ତୀକ୍ଷ୍‌ଣ ଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories