ଭୁବନେଶ୍ବର: ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ କହିଛନ୍ତି ଯେ ସାରା ଦେଶ ଆଜି କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷଠାରୁ ଏ ବର୍ଷର ସ୍ଥିତି ଆହୁରି ଭୟଙ୍କର। ରାଜ୍ୟର ସମସ୍ତ ନାଗରିକଙ୍କୁ କରୋନା ଟିକା ମିଳିବ। ଟିକା ପାଇଁ କାହାକୁ ମଧ୍ୟ ଟଙ୍କାଟିଏ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ। ମାଗଣା କରୋନା ଟିକା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା। ୧୮ରୁ ୪୪ବର୍ଷ ବୟସ ବର୍ଗର ୨କୋଟି ଲୋକଙ୍କୁ ଦିଆଯିବ ଟିକା। ଏ ବାବଦରେ ରାଜକୋଷରୁ ୨୦୦୦କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ରୁ୪୪ବର୍ଗର ୨କୋଟି ଲୋକଙ୍କୁ ଦିଆଯିବ ଟିକା। କରୋନା କଟକଣା ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ସାରା ଭାରତ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। କୋଭିଡ୍ ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ବହୁତ ଦୁଃଖର କଥା ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି। ଆପଣମାନେ ଟିଭି ଓ ମିଡ଼ିଆରୁ ଜାଣୁଛନ୍ତି ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟମାନଙ୍କରେ ପରିସ୍ଥିତି ଆଜି ଭୟଙ୍କର ହୋଇଛି। ମେଡ଼ିସିନ୍, ଅକ୍ସିଜେନ୍, ବେଡ୍ ଆଦି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପଡୁଛି। ସବୁଠାରୁ ଦୁଃଖର କଥା ଶ୍ମଶାନ ଘାଟ ମାନଙ୍କରେ ମଧ୍ୟ ଶବଦାହ ପାଇଁ ଜାଗା ମିଳୁନାହିଁ। ଏଭଳି ଭୟଙ୍କର ପରିସ୍ଥିତି ଭାରତ ଇତିହାସରେ କେବେ ବି ଆସିନଥିଲା।
କିଛି ଦିନ ତଳେ ମୁଁ ଏ ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ସେମାନଙ୍କର ଦୁଃଖ ସମରେ ସହଯୋଗର ହାତ ବଢ଼ାଇଥିଲି। ଓଡ଼ିଶା ଆଜି ୬ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଛି। ଆମ ରାଜ୍ୟର ସୀମାନ୍ତ ଜିଲାମାନଙ୍କରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡ଼ିଛି। ଗତବର୍ଷ ଆମେ ସମସ୍ତେ ମିଶି କୋଭିଡ୍ର ମୁକାବିଲା କରିଥିଲେ। ବାତ୍ୟା ହେଉ ବା ବନ୍ୟା ବା କୋଭିଡ୍ ପରିଚାଳନା ସବୁବେଳେ ଆପଣମାନେ ସହଯୋଗ କରିଥିବାରୁ ଆମେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରି ପାରିଛୁ।
ଗତବର୍ଷଠାରୁ କିନ୍ତୁ ଏ ବର୍ଷର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର। ସରକାରଙ୍କ ତରଫରୁ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ୍, ମେଡ଼ିସିନ୍, ଆମ୍ବୁଲାନ୍ସ ଆଦି ସବୁ ବ୍ୟବସ୍ଥାକୁ ମଜଭୁତ୍ କରୁଛୁ। ମୁଁ ବାରମ୍ବାର କହି ଆସିଛି ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ଯଦି ଆମେ ସତର୍କ ନ ରହିବା, ନିଜେ ନିଜର ଦାୟିତ୍ୱ ପ୍ରତି ସଚେତନ ନ ହେବା ତେବେ ସରକାର ଏକାକୀ କେବେ ବି ଏ ପରିସ୍ଥିତିରେ ମୁକାବିଲା କରିପାରିବେ ନାହିଁ। ତେଣୁ ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଆପଣମାନେ ପରିସ୍ଥିତିର ଭୟାବହତାକୁ ବୁଝନ୍ତୁ, ପ୍ରତ୍ୟେକ ସଂକ୍ରମଣ ପ୍ରତ୍ୟେକଟି ବୃଦ୍ଧି ପଛରେ ରହିଛି। ଗୋଟିଏ ଗୋଟିଏ ପରିବାର ଦୁଃଖ ଭରା କାହାଣୀରେ ଜଣେ ନିଜ ବାପାମା’ଙ୍କୁ ହରାଇଛନ୍ତି। କିଏ ନିଜ ଭାଇଭଉଣୀଙ୍କୁ, ପୁଣି କେଉଁଠି ନବବିବାହିତ ସ୍ତ୍ରୀ ସ୍ୱାମୀଙ୍କୁ ହରାଇଛି। କେଉଁଠି ବୁଢ଼ାବାପା ମା’ଙ୍କ ଆଗରେ ରୋଜଗାରିଆ ପୁଅ ଚାଲିଯାଇଛି ତ କେଉଁଠି ଛୋଟ ଛୋଟ ପିଲାମାନଙ୍କୁ ବାପାମା’ ହରାଉଛନ୍ତି। ଆଉ କେଉଁଠି ପୁରା ପରିବାର ଶେଷ ହୋଇଯାଉଛି। ତେଣୁ ଏ ପରିସ୍ଥିତିରେ ମୁଁ ଆପଣମାନଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ ଆପଣମାନେ କୋଭିଡ୍ ନିୟମକୁ ଠିକ୍ ଭାବରେ ପାଳନ କରନ୍ତୁ। ଅତି ଆବଶ୍ୟକ ନ ହେଲେ ବାହାରକୁ ଯାଆନ୍ତୁ ନାହିଁ। କିଏ ଜାଣେ ଯେ ଫେରିବାବେଳେ କରୋନା ଆପଣଙ୍କ ସାଙ୍ଗରେ ଘରକୁ ଆସି ନ ଥିବ? ତେଣୁ ସତର୍କ ରୁହନ୍ତୁ। ସବୁବେଳେ ମାସ୍କ ଠିକ୍ ଭାବରେ ପିନ୍ଧନ୍ତୁ। ସାମାଜିକ ଦୂରତା ରକ୍ଷା ଏବଂ ଅନ୍ୟ କୋଭିଡ୍ ନିୟମ ବି ପାଳନ କରନ୍ତୁ। ଲକ୍ଡାଉନ୍, ସଟ୍ଡାଉନ୍ ମୁଁ କେବେ ବି ଚାହେଁ ନାହିଁ। କେହି ବି ଚାହିଁବେ ନାହିଁ, କିନ୍ତୁ ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ। କିନ୍ତୁ ଅର୍ଥନୀତି ସହ ଜୀବନ ରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଯଦି ନିୟମ ମାନିବା, ଆମେ ଯଦି ସତର୍କ ରହିବା ତେବେ ଲକ୍ଡାଉନ୍ରେ କୋଭିଡ୍ ଯୁଦ୍ଧ ଜିତିପାରିବା। ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର। ମୁଁ ଚାହେଁ ମୋ ପରିବାର ନିରାପଦ ରହୁ। ମୋ ଡ଼ିଶା ନିରାପଦ ରହୁ। ମୋ ପରିବାରର ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ। ରାଜ୍ୟ ସରକାର ୧୮ରୁ୪୪ ବର୍ଷ ଗ୍ରୁପ୍ର ସବୁ ଲୋକଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇ ସାରିଛନ୍ତି। ଏଥିପାଇଁ ଆପଣମାନଙ୍କୁ ଗୋଟିଏ ବି ପଇସା ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ୨କୋଟି ଲୋକ ଉପକାର ପାଇବେ। ପ୍ରୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମୋର ଅନୁରୋଧ ଆପଣମାନେ ବି ଦାୟିତ୍ୱ ନିଅନ୍ତୁ। କୋଭିଡ୍ ନିୟମ ପାଳନ ଠିକ୍ ଭାବରେ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସମସ୍ତେ ନିଶ୍ଚୟ ଖୁବ୍ ଶୀଘ୍ର ଏ ମହାସଙ୍କଟରୁ ଉଦ୍ଧାର ପାଇବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।



