www.samajalive.in
Sunday, December 7, 2025
26.1 C
Bhubaneswar

ଜଳିଗଲା ୨ବଖରା ଘର ଓ ଆସବାବପତ୍ର

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଖୁଣ୍ଟାଡାବ ଗ୍ରାମରେ ରବିବାର ଅପରାହ୍ନ ୩ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ଜଣ ଗରିବ ଲୋକଙ୍କର ୨ବଖରା ଘର ସମେତ ଆସବାବ ପତ୍ର ଜଳି ଯାଇଥିବା ଜଣାପଡିଛି। ଖୁଣ୍ଟାଡାବ ଗ୍ରାମର ଶରତ ବେଉରା ଓ ବ୍ରଜକିଶୋର ବେଉରାଙ୍କର ୨ ବଖରା ଚାଳଘର ପୋଡି ଯାଇଥିବା ଜଣାପଡିଛି। ପରିବାର ଲୋକ ଖାଇପିଇ ଘରେ ଶୋଇଥିବା ବେଳେ ସେମାନଙ୍କ ଘର ଧୂଆଁମୟ ହୋଇଯାଇଥିଲା। ସେମାନେ ବାହାରକୁ ଆସି ଦେଖିବାବେଳକୁ ଚାଳଘର ଜଳୁଛି। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଆଠଗଡରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ସେତେବେଳକୁ ସେମାନଙ୍କ ପିନ୍ଧାଲୁଗା ବ୍ୟତୀତ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ୍‍ ସଟ୍‍ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ଦୁଇ ପରିବାରକୁ ସରକାରୀ ସହାୟତା ସହିତ ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories