www.samajalive.in
Monday, December 8, 2025
24.1 C
Bhubaneswar

ବାଲେଶ୍ବର ଓ ମୟୁରଭଞ୍ଜ ସୀମାନ୍ତବର୍ତ୍ତୀ ଅଞ୍ଚଳରେ କରୋନା ସ୍ଥିତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଏବେ କରୋନା ହୁ ହୁ ହୋଇ ମାଡ଼ିଚାଲିଛି । ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଏହାର ସୀମାନ୍ତବର୍ତ୍ତୀ ଜିଲା ହୋଇଥିବାରୁ ରାଜ୍ୟରେ ସଂକ୍ରମଣ ବଢିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଉଭୟ ଜିଲାରେ କଟକଣା ଓ ଚେକିଂ କଡ଼ାକଡ଼ି କରାଯାଇଛି। ପୁଲିସ ଡିଜି ଅଭୟ ରବିବାର ବାଲେଶ୍ୱର ଗସ୍ତରେ ଯାଇ ଦୁଇ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ସୀମାରେ ପ୍ରବାସୀଙ୍କ ଚେକିଂ, ଏନଫୋର୍ସମେଣ୍ଟ କଟକଣା କେମିତି ଚାଲିଛି ସେ ବିଷୟରେ ଦୁଇ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବାଲେଶ୍ୱର ଜିଲ୍ଲାର ଲକ୍ଷ୍ମଣନାଥ ଏବଂ ଉଦୟପୁର ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ମୟୂରଭଞ୍ଜ ସୀମାର ହାତୀବାରି ଓ ଚକଶୁଳିଆପଦାରେ ୨୪ ଘଣ୍ଟିଆ ଚେକିଂ ଚାଲିଛି ବୋଲି ଡିଜିପି ସମୀକ୍ଷା ପରେ ସୂଚନା ଦେଇଛନ୍ତି। ଏହାସହିତ ବାଲେଶ୍ୱର ଜିଲ୍ଲାରେ ୨୨ଟି ଓ ମୟୂରଭଞ୍ଜ ଜିଲ୍ଲାରେ ୩୨ଟି ଅସ୍ଥାୟୀ ଚେକ୍ ପୋଷ୍ଟ କରି ସୀମାକୁ ସିଲ୍ କରାଯାଇଛି। ବାଲେଶ୍ୱର ଜିଲ୍ଲାରେ ୭ ପ୍ଲାଟୁନ୍ ଓ ମୟୂରଭଞ୍ଜ ଜିଲ୍ଲାରେ ୪ ପ୍ଲାଟୁନ୍ ଓଏସଏପି ମୁତୟନ ହୋଇଛନ୍ତି । ବାଲେଶ୍ୱରରେ ପୁଲିସ ଡିଜିଙ୍କ ସମୀକ୍ଷା ସମୟରେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଏବଂ ଦୁଇ ଜିଲ୍ଲାର ଏସପି ଉପସ୍ଥିତ ଥିଲେ ।

- Advertisement -

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories