www.samajalive.in
Monday, December 8, 2025
24.1 C
Bhubaneswar

ଅନ୍ତର୍ଜାତୀୟ ସୀମାରେ ଉଡ଼ିଲା ୨ ପାକିସ୍ତାନୀ ଡ୍ରୋନ, ବିଏସଏଫର ଗୁଳିମାଡ଼ ପରେ ଫେରିଗଲା

କାଶ୍ମୀର: ଜାମ୍ମୁ-କାଶ୍ମୀରର ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ସୀମାରେ ଉଡ଼ିଛି ଦୁଇଟି ପାକିସ୍ତାନୀ ଡ୍ରୋନ। ସୀମାରେ ମୁତୟନ ବିଏସଏଫ ଯବାନଙ୍କ ପକ୍ଷରୁ ଉଭୟ ଡ୍ରୋନ ଉପରକୁ ଗୁଳିମାଡ଼ କରାଯିବା ପରେ ସେଗୁଡ଼ିକ ନିଜ ସୀମା କ୍ଷେତ୍ରକୁ ଫେରିଯାଇଛନ୍ତି।

ଶନିବାର ଭୋର ସାଢ଼େ ୪ଟାରୁ ୫ଟା ୧୫ ମଧ୍ୟରେ ଏହି ଘଟଣା ଘଟିଛି। ଏହି ସମୟରେ ଆରଏସପୁରା ସେକ୍ଟରର ଅରନିୟା କ୍ଷେତୟରେ ବିଏସଏଫ ଯବାନମାନେ ଅନ୍ତର୍ଜାତୀୟ ସୀମା ପାର କରି ଭାରତୀୟ ସୀମାକୁ ୨ଟି ଡ୍ରୋନ ଚାଲିଆସିଥିବା ଦେଖିଥିଲେ। ଉକ୍ତ ଡ୍ରୋନ ଦୁଇଟିକୁ ଯବାନମାନେ ଖସାଇବାକୁ ଉଦ୍ୟମ କରିଥିଲେ। ଡ୍ରୋନଗୁଡ଼ିକ ଉପରକୁ ୧୫ ରାଉଣ୍ଡ ଗୁଳି ଚଳାଇଥିଲେ। କିନ୍ତୁ ଡ୍ରୋନ ଖସି ନ ଥିଲା। ଡ୍ରୋନ ଦୁଇଟି ନିଜ ସୀମାକୁ ଚାଲିଯାଇଥିଲା। ସୂଚନାଯୋଗ୍ୟ, ପାକିସ୍ତାନ ପଟୁ ଡ୍ରୋନ ମାଧ୍ୟମରେ ଭାରତକୁ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚାଲାଣ ହେଉଛି। ବାରମ୍ବାର ଏପରି ଘଟଣା ଘଟୁଥିବାବେଳେ ଯବାନମାନେ ଅନେକ ଡ୍ରୋନକୁ ଖସାଇବାରେ ସଫଳ ହୋଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories