www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁର ବିଶ୍ବଵିଦ୍ୟାଳୟ ଠିକା କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଠିକା କର୍ମଚାରୀ ମଙ୍ଗଳବାର ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦିନଵନ୍ଧୁ ମିଶ୍ର ନାମକ ଏହି କର୍ମଚାରୀ ବିଶ୍ବବିଦ୍ୟାଳୟ କୋଠା ମଧ୍ୟରେ କୁଳପତି ପ୍ରଫେସର ସଞ୍ଜୀଵ ମିତ୍ତଲଙ୍କ ସହିତ କୌଣସି ପ୍ରସଙ୍ଗକୁ ନେଇ ବଚସା ହେବା ପରେ ସେହିଠାରେ ହିଁ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଵୁର୍ଲା ଭିମସାର ଏବଂ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି। କୁଳପତିଙ୍କ କଟୁ କଥାକୁ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଵ୍ୟକ୍ତ କରିଛନ୍ତି। ଗୁରୁତର ଦିନଵନ୍ଧୁଙ୍କ ପୁଅ ଅଙ୍କିତ ମିଶ୍ର ମଧ୍ୟ ତାଙ୍କ ଵାପାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିବା ସହ ଏଥିପାଇଁ ସେ କୁଳପତିଙ୍କୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀ ଭାଵରେ ଦିନଵନ୍ଧୁ ମିଶ୍ର ଚାକିରୀ କରୁଥିଲେ। ଅତି ସ୍ବଳ୍ପ ପାରିଶ୍ରମିକରେ ସନ୍ତୁଷ୍ଟ ହେବାକୁ ପଡୁଥିଲା। ବହୁ ବର୍ଷ ଧରି ସେ ଚାକିରୀକୁ ସ୍ଥାୟୀ କରିବାର ଆବେଦନ କରି ଆସିଛନ୍ତି। ବହୁବାର ଧାରଣା, ଅନଶନ ମଧ୍ୟ କରିଛନ୍ତି। ଇତିମଧ୍ୟରେ ସେ କଠିନ ଶ୍ବାସ ରୋଗରେ ପୀଡିତ ହେଲେ। ଏହାସହିତ ତାଙ୍କର ଓପନ୍‌ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା। ଜୀବନ ପ୍ରତି ତାଙ୍କର ଏତେ ନିରାଶା ବଢି ଯାଇଥିଲା ଯେ ସେ ଅପରେସନ ପାଇଁ ରାଜି ହେଉ ନ ଥିଲେ। ବହୁ କଷ୍ଟରେ ତାଙ୍କୁ ରାଜି କରାଯାଇଥିଲା। ଚାକିରୀ ମାମଲାରେ ତାଙ୍କ ପ୍ରତି ନ୍ୟାୟ କରାଯାଇ ନ ଥିବା ଅଭିଯୋଗ କରି ସେ ଖୁବ ନିରାଶ ଭାଵ ବ୍ୟକ୍ତ କରିଆସିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories