www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱରେ କରୋନାକୁ ନିୟନ୍ତ୍ରଣ କରିବାକୁ କିଛିମାସ ଲାଗିବ: ହୁ’ ମୁଖ୍ୟ

ଜେନେଭା: ସମୁଦାୟ ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀ ପ୍ରଭାବରେ ୯ ମାସରେ ଏକ ନିୟୁତ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ପରବର୍ତ୍ତୀ ସମୟରେ ମାତ୍ର ୪ ମାସ ମଧ୍ୟରେ ୨ ନିୟୁତ ଏବଂ ୩ ମାସରେ ୩ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ଏକ ପରିସ୍ଥିତିରେ ବିଶ୍ୱର ସମସ୍ତ ରାଷ୍ଟ୍ର ଯଦି କରୋନା ମୁକାବିଲା କରିବାକୁ ଉଦ୍ଦିଷ୍ଟ ସମ୍ବଳ ଯୁକ୍ତିଯୁକ୍ତ ଭାବରେ ସମସ୍ତଙ୍କ ମଧ୍ୟରେ ଆବଣ୍ଟନ କରନ୍ତି ତେବେ ଆଗାମୀ କିଛିମାସ ମଧ୍ୟରେ ବିଶ୍ୱରେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେସସ୍‍ କହିଛନ୍ତି।
ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ମହାମାରୀକୁ କିଛିମାସ ମଧ୍ୟରେ ନିୟନ୍ତ୍ରଣ କରିବାକୁ ଆମ ପାଖରେ ସାଧନ ରହିଛି। ତେବେ ତାହାକୁ ନିରନ୍ତର ଏବଂ ସମଭାବରେ ଉପଯୋଗ କରାଗଲେ ସେଥିରୁ ସୁଫଳ ମିଳିବ। ତେବେ ୨୫ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ଏହି ମହାମାରୀ ଯେଉଁଭଳି ସଂକ୍ରମିତ ହେବାରେ ଲାଗିଛି ତାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଘେବ୍ରେସସ୍‍। ସେ କହିଛନ୍ତି ଯେ ସମ୍ଭବତଃ ଏହାର ପରିବର୍ତ୍ତିତ ଭାରିଆଣ୍ଟ ଅଧିକ ସଂକ୍ରାମକ ପାଲଟିଛି। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ପରିବେଶବିତ୍‍ ଥନ୍‍ବର୍ଗ କହିଥିଲେ, ବିକଶିତ ରାଷ୍ଟ୍ରଗୁଡିକରେ ପ୍ରତି ଚାରିଜଣରେ ଜଣଙ୍କୁ ଟିକାକରଣ କରାଯାଇଥିବାବେଳେ ଦରିଦ୍ର ରାଷ୍ଟ୍ରଗୁଡିକରେ ପ୍ରତି ୫୦୦ ଲୋକରେ ଜଣେ ମଧ୍ୟ ଟିକା ପାଇବା ସମ୍ଭବ ହେଉନାହିଁ। କିଛି ରାଷ୍ଟ୍ର କୋଭିଡ ଟିକାକୁ ସେମାନଙ୍କ ରାଷ୍ଟ୍ର ପରିସୀମା ମଧ୍ୟରେ ସୀମିତ ରଖୁଛନ୍ତି। ସେମାନେ କମ୍‍ ବୟସର ପିଲାଙ୍କର ଟିକାକରଣ ମଧ୍ୟ କରୁଛନ୍ତି। କିନ୍ତୁ ଧନୀ ହେଉ କି ଦରିଦ୍ର, ସବୁ ରାଷ୍ଟ୍ରରେ ପ୍ରଥମେ ଆପଦପୂର୍ଣ୍ଣ ବ୍ୟକ୍ତିଙ୍କୁ ଟିକାକରଣ କରାଯିବା ଆବଶ୍ୟକ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories