www.samajalive.in
Wednesday, December 10, 2025
14.1 C
Bhubaneswar

ନାସା ରଚିଲା ଇତିହାସ : ମଙ୍ଗଳରେ ଉଡ଼ାଇଲା ହେଲିକପ୍ଟର

ୱାଶିଂଟନ ଡିସି(ଆମେରିକା): ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ଲାଲା ଗ୍ରହ ମଙ୍ଗଳ ଆକାଶରେ ହେଲିକପ୍ଟର ଉଡ଼ାଣ କରି ଇତିହାସ ରଚିଛି। ପ୍ରଥମ ଉଡ଼ାଣରେ ଏହା ପ୍ରାୟ ୧୦ ଫୁଟ ଉପରକୁ ଯାଇଥିଲା। ‘ନାସା’ର ପ୍ରାୟ ୬ ବର୍ଷର ଉଦ୍ୟମ ସଫଳ ହେବା ପରେ ସମଗ୍ର ବିଶ୍ବର ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ପୃଥିବୀ ବାହାରେ ଉଡ଼ାଣ କରିବାରେ ଏହା ହେଉଛି ପ୍ରଥମ ହେଲିକପ୍ଟର। ମଙ୍ଗଳ ଆକାଶରେ ହେଲିକପ୍ଟର ଉଡ଼ାଣ ପାଇଁ ‘ନାସା’ର ଯନ୍ତ୍ରୀମାନେ ଦୀର୍ଘ ୬ ବର୍ଷ ହେଲା ଉଦ୍ୟମ କରି ଆସୁଥିଲେ। ମହାକାଶ ଯାନରେ ବୈଜ୍ଞାନିକମାନେ ‘ପରସେବେରେନ୍ସ ରୋଭର’ ପେଟରେ ଏହି ହେଲିକ୍ପଟରକୁ ସଂଯୋଗ କରିଥିଲେ। କଙ୍ଗାରୁ ଥଳିରେ ଯେପରି ଛୁଆ ଥାଏ ତାହାକୁ ଲକ୍ଷ୍ୟ କରି ବୈଜ୍ଞାନିକମାନେ ଉକ୍ତ ରୋଭର ପେଟରେ ଏହି ହେଲିକ୍ପଟରକୁ ଖଞ୍ଜିଥିଲେ। ଏହି ହେଲିକପ୍ଟରର ନାମ ‘ଇଞ୍ଜେନ୍ୟୁଟି ମାର୍ସ ହେଲିକପ୍ଟର’ ଦିଆଯାଇଛି। କିଛିଦିନ ପୂର୍ବରୁ ମଙ୍ଗଳ ଗ୍ରହର ବାୟୁ ମଣ୍ଡଳ ସଂକ୍ରାନ୍ତରେ ଏହି ରୋଭର ସୂଚନା ଦେଇଥିଲା। ଏହାପୂର୍ବରୁ ‘ନାସା’ର ମହାକାଶ ଯାନ ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ କରିଥିଲା। ଅବତରଣର କିଛି ସମୟ ପରେ ମହାକାଶ ଯାନରୁ ପୃଥକ ହୋଇ ‘ପରସେବେରେନ୍ସ ରୋଭର’ ଲାଲ ଗ୍ରହ ପୃଷ୍ଠରେ ଚାଲିଥିଲା। ଏହି ରୋଭର ମଧ୍ୟରେ ଖଞ୍ଜା ଯାଇଥିଲା ‘ଇଞ୍ଜେନ୍ୟୁଟି ହେଲିକପ୍ଟର’।

ଇଞ୍ଜେନ୍ୟୁଟି ମାର୍ସ ହେଲିକପ୍ଟର

କ୍ୟାଲିଫର୍ଣ୍ଣିଆସ୍ଥିତ ‘ନାସା’ର ‘ଜେଟ୍‌ ପ୍ରପଲସନ’ ପରୀକ୍ଷାଗାରରୁ ବୈଜ୍ଞାନିକ ଓ ଯନ୍ତ୍ରୀମାନେ ବିଭିନ୍ନ କମାଣ୍ଡ ସାହାଯ୍ୟରେ ରୋଭର ଓ ହେଲିକପ୍ଟର ଉଭୟକୁ ସଞ୍ଚାଳନ କରୁଥିଲେ। ସୌରଶକ୍ତି ଦ୍ବାରା ଏହି ରୋଭର ଓ ହେଲିକପ୍ଟରକୁ ପରିଚାଳିତ କରାଯାଉଛି। ଏହି ହେଲିକପ୍ଟରର ଉଡ଼ାଣ ଓ ଅବତରଣ ପାଇଁ ‘ପରସେବେରେନ୍ସ ରୋଭର’ ଏକ କ୍ଷୁଦ୍ର ହେଲିପ୍ୟାଡ ନିର୍ମାଣ କରିଥିଲା। ଏହି ହେଲିକପ୍ଟରର ଓଜନ ୧.୮ କେଜି ଓ ଏଥିରେ ୪ଟି କାର୍ବନ-ଫାଇବର ଡେଣା ଲାଗିଛି। ପ୍ରତି ମିନିଟ୍‌ରେ ଏହି ଡେଣା ୨୪ ଶହ ଥର ଘୂରିଥାଏ। ପୃଥିବୀ ପୃଷ୍ଠରେ ଏକ ହେଲିକପ୍ଟରର ଡେଣା ଯେତେ ଗତିରେ ଘୂରିଥାଏ ମଙ୍ଗଳ ପୃଷ୍ଠକୁ ଯାଇଥିବା ଉକ୍ତ ହେଲିକ୍ପଟର ଡେଣା ପ୍ରାୟ ୮ ଗୁଣ ଅଧିକ ଗତିରେ ବୁଲିଥାଏ। କାରଣ ମଙ୍ଗଳ ପୃଷ୍ଠର ବାୟୁ ମଣ୍ଡଳ ପୃଥିବୀଠାରୁ ପ୍ରାୟ ୧୦୦ ଗୁଣ ପତଳା। ପ୍ରଥମ ଉଡ଼ାଣରେ ଏହି ହେଲିକପ୍ଟର ପ୍ରାୟ ୧୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଧୀରେଧୀରେ ଅବତରଣ କରିଥିଲା। ଆସନ୍ତା ୩୦ ଦିନ ମଧ୍ୟରେ ଏହି ହେଲିକପ୍ଟରକୁ ୧୦ ଫୁଟରୁ ଅଧିକ ଉଚ୍ଚତାରେ ଆହୁୁରି ୪ ଥର ଉଡ଼ାଯିବ ବୋଲି ‘ନାସା’ ସୂଚନା ଦେଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories