www.samajalive.in
Sunday, December 14, 2025
23.1 C
Bhubaneswar

ବକରିଇଦ୍‍ ତାରିଖକୁ ନେଇ ସହମତି ପ୍ରକାଶ, ୨୨ରେ ଇଦ୍‍-ଉଲ୍‍-ଜୁହା

ନୂଆଦିଲ୍ଲୀ : ଅଗଷ୍ଟ ୨୨ରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍‍-ଉଲ୍‍-ଜୁହା ତଥା ବକରିଇଦ୍‍ ପାଳନ କରିବାକୁ ଇମରାତ-ଏ-ସରିଆ-ହିନ୍ଦ, ମରକଜି ଏ ହିଲାଲ ଏବଂ ରୁୟତ-ଏ ହିଲାଲ କମିିଟି ସହ ଅନ୍ୟ କମିଟି ସହମତି ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ପୂର୍ବରୁ ୨୨ ଅଗଷ୍ଟରେ ଇଦ୍‍-ଉଲ୍‍-ଜୁହା ପାଳନ କରିବାକୁ ଘୋଷଣା କରାଯାଇଥିଲା। ହେଲେ ମରକଜି-ଏ-ହିଲାଲ କମିଟି ଏଥିରେ ସହମତ ନ ହୋଇ ୨୩ ଅଗଷ୍ଟରେ ବକରିଇଦ୍‍ ପାଳନ କରିବାକୁ ଘୋଷଣା କରିଥିଲା। ଅଗଷ୍ଟ ୧୫ରେ ଦିଲ୍ଲୀର ଚାନ୍ଦିନି ଚୌକସ୍ଥିତ ଫତେପୁରୀ ମସଜିଦ୍‍ ଇମାମ ମୌଲାନା ମୁଫତି ମୁକରର୍ମ ଅହମଦଙ୍କ ଅଧ୍ୟକ୍ଷତାରେ କଦିମ୍‍-ରୁୟତ-ଏ-ହିଲାଲ ଏବଂ ଅନ୍ୟ କେତେକ କମିଟିର ବୈଠକ ହୋଇଥିଲା। ଏହି ବୈଠକରେ ୨୨ ଅଗଷ୍ଟରେ ଇଦ୍‍-ଉଲ-ଜୁହା ତଥା ବକରିଇଦ୍‍ ପାଳନ କରିବାକୁ ସହମତି ହୋଇଥିଲା। ଉଲ୍ଲେଖ ଯେ ବକରିଇଦ୍‍ର ଚନ୍ଦ୍ର ୧୦ ଦିନ ପୂର୍ବରୁ ଦେଖାଯାଏ। ଚଳିତ ଥର ବର୍ଷା ଏବଂ ବାଦଲ ମୟ ଆକାଶ ଯୋଗୁଁ କେତେକ ସ୍ଥାନରେ ଚନ୍ଦ୍ର ଦେଖାଯାଉ ନାହିଁ। ଫଳରେ ଇଦ୍‍-ଉଲ-ଜୁହା ପାଳନ ତାରିଖ ନେଇ ସମସ୍ୟା ଦେଖାଦେଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories