www.samajalive.in
Monday, December 8, 2025
24.1 C
Bhubaneswar

ସୁନ୍ଦରଗଡ଼ରେ କୋଭିଡ ପରିଚାଳନା : ଟ୍ବିଟ କଲେ ଟଙ୍କଧର, ପତ୍ର ଲେଖିଲେ କୁସୁମ

ସୁନ୍ଦରଗଡ଼ : ପଡ଼ୋଶୀ ଛତିଶଗଡ଼-ଝାଡ଼ଖଣ୍ଡ ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ପରୋକ୍ଷରେ ପଶ୍ଚିମାଞ୍ଚଳର କେତେକ ଜିଲା ଉପରେ ପଡ଼ିବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଓ ସଂପୃକ୍ତ ଜିଲା ପ୍ରଶାସନ ସୀମା ସିଲ ସମେତ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ହେଲେ ସୁନ୍ଦରଗଡ଼ ଜିଲାରେ କୋଭିଡ ପରିଚାଳନାକୁ ଅଧିକ ତ୍ୱରାନ୍ନିତ କରିବା ପାଇଁ ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ କରିଥିବା ବେଳେ ସଦର ବିଧାୟିକା କୁସୁମ ଟେଟେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ପତ୍ର ଲେଖିଛନ୍ତି। ବିଧାୟିକା କୁସୁମ ଏହାର ନକଲ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ପ୍ରଦାନ କରିଥିବାର ଜଣାପଡ଼ିଛି। ଉଭୟେ ସୁନ୍ଦରଗଡ଼ରେ ଥିବା ଏନଟିପିସି ହସ୍ପିଟାଲରେ ଆଇସିୟୁ ସଂଖ୍ୟା ବୃଦ୍ଧି କରିବା ସହ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟର ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀ ତ୍ରିପାଠୀ ନିଜ ଟୁଇଟରେ ଆରଟିପିସିଆର ଟେଷ୍ଟ ରିପୋର୍ଟ କଟକ, ଭୁବନେଶ୍ୱରରୁ ଆସୁ ଆସୁ ବିଳମ୍ବ ହେଉଥିବା ବେଳେ ଏହି ସମୟସୀମା ମଧ୍ୟରେ ସଂକ୍ରମିତ ବ୍ୟକ୍ତି ଅନେକ ଲୋକଙ୍କ ସହ ମିଳାମିଶା କରିଦେଇଥାଏ। ଫଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ବହୁ ଅଧିକ ହୋଇଯାଇଥାଏ। ଏନଟିପିସି ହସ୍ପିଟାଲରେ ଆଣ୍ଟିଜେନ ଟେଷ୍ଟ କିଟ୍‍ର  ଅନେକ ସମୟରେ ଅଭାବ ଦେଖାଯାଉଥିବା ବେଳେ ଆରଟିପିସିଆର ଟେଷ୍ଟ ପାଇଁ ଏଠାରେ ସେପରି କୌଣସି ସୁବିଧା ନାହିଁ। ତେଣୁ ସଂକ୍ରମଣ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ କରୋନା ଚିକିତ୍ସା ସଂପର୍କିତ ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ ଦାବି କରିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories