www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ସଂକ୍ରମିତଙ୍କ ପାଇଁ ଜରୁରୀ ଅମ୍ଳଜାନ, ୯ଟି ଶିଳ୍ପ ବ୍ୟତୀତ ଅନ୍ୟାନ୍ୟ ଶିଳ୍ପକୁ ବନ୍ଦ ହେବ ଅମ୍ଳଜାନ ଯୋଗାଣ

ଦେଶରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିଳ୍ପରେ ବ୍ୟବହୃତ ହେଉଥିବା ଅମ୍ଳଜାନ ଯୋଗାଣ ଉପରେ ପ୍ରତିବନ୍ଧକ ଜାରି କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଶାସକମାନଙ୍କୁ ଅବଗତ କରାଯାଇଛି। ଏ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସମସ୍ତ ରାଜ୍ୟ ମୁଖ୍ୟ ସଚିବ ଏବଂ କେନ୍ଦ୍ରଶାସିତ ଅଂଚଳ ପ୍ରଶାସକଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ଶ୍ରୀ ଭଲ୍ଲା ଦର୍ଶାଇଛନ୍ତି ଯେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଅଧିକାରୀ ନଅ ପ୍ରକାରର ଶିଳ୍ପ ବ୍ୟତୀତ ଅନ୍ୟ ସମସ୍ତ ଶିଳ୍ପକୁ ଅମ୍ଳଜାନ ଯୋଗାଣ ନିଷିଦ୍ଧ କରିବା ନେଇ ଆବଶ୍ୟକ ନିର୍ଦ୍ଦେଶନାମା ପ୍ରଦାନ କରନ୍ତୁ। ଦେଶର ବିଭିନ୍ନ ସ୍ଥାନରେ କୋଭିଡ-୧୯ ମାମଲାରେ ଦ୍ରୁତ ବୃଦ୍ଧି ଏବଂ ବିଶେଷ ଭାବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ମେଡିକାଲ ଅମ୍ଳଜାନର ଦ୍ରୁତ ଚାହିଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

- Advertisement -

କେନ୍ଦ୍ର ସରକାରଙ୍କ ଦ୍ଵିତୀୟ କ୍ଷମତାପନ୍ନ ଗୋଷ୍ଠୀର ସୁପାରିଶ କ୍ରମେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିରେ ଏପ୍ରିଲ ୨୨ ପରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଅମ୍ଳଜାନ ଉତ୍ପାଦନକାରୀ ଏବଂ ଯୋଗାଣକାରୀ ୯ଟି ନିର୍ଦ୍ଧାରିତ ଶିଳ୍ପ ବ୍ୟତୀତ ଅନ୍ୟ କୌଣସି ଶିଳ୍ପକୁ ଅମ୍ଳଜାନ ଯୋଗାଣ କରିପାରିବେ ନାହିଁ। ଯାହାଫଳରେ ଦେଶରେ ଡାକ୍ତରୀ ଅମ୍ଳଜାନ ଚାହିଦା ପୂରଣ ହେବ ଏବଂ ମୂଲ୍ୟବାନ ଜୀବନ ବଂଚାଯାଇ ପାରିବ ବୋଲି ସଚିବ ଶ୍ରୀ ଭଲ୍ଲା ଲେଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories