www.samajalive.in
Tuesday, December 9, 2025
16.1 C
Bhubaneswar

ଗ୍ରାହକଙ୍କୁ ଆକୃଷ୍ଟପାଇଁ ନୂଆ କୌଶଳ ଆପଣେଇଛନ୍ତି ଆଇସ୍‌କ୍ରିମ୍‌ ବିକାଳି

ହରଭଙ୍ଗା:ଖରା ଗରମରେ ଥଣ୍ଡା ପାନୀୟ ଓ ଆଇସ୍କ୍ରିମ୍ ମଜା ନିଆରା। ଏହି ସମୟରେ ଆଇସ୍କ୍ରିମର ଚାହିଦା ଅଧିକ ଯୋଗୁଁ ବିକାଳି ମାନେ ଗାଁ ଗହଳୀରେ ଆଗେ ସାଇକେଲର ଏ ଗଳି ସେ ଗଳି ବୁଲି ବୁଲି ଆଇସ୍କ୍ରିମ ବିକ୍ରୀ କରିଥାନ୍ତି। ଆଇସ୍କ୍ରମି ବିକାଳୀର ସାଇକେଲର ଘଣ୍ଟି ଶବ୍ଦ ଶୁଣିଲେ ପିଲାଏ ଆଇସ୍କ୍ରିମ ପାଇଁ ସାଇକେଲ ଚାରିପାଖେ ଜମାହେଉଥିବା ଦେଖିବାକୁ ମିଳେ। ସମୟ ବଦଳିବା ସହିତ ଏବେ ଆଇସ୍କ୍ରିମ ବିକାଳି ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ନୂଆ କୌଶଳ ଆପେଣେଇଥିବା ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନ ୧୧ଟାରେ ହରଭଙ୍ଗା ଟିକିରାସାହି ପଟୁ ପ୍ରଚୁର ଶଦ୍ଦ କରି ଗୀତ ବାଜୁଥିବା ଏକ ଟିଭିଏସ ଚାମ୍ପ ଲୁନା ଗାଡିଧରି ଜଣେ ଆଇସ୍କ୍ରିମ ବିକାଳି ବଜାର ପଟକୁ ମାଡିଆସିଲା। ଗୀତ ଶୁଣି ଘରେଥିବା ଲୋକ ଛୁଆ ପିଲା ଆସି ଦାଣ୍ଡପଟେ ହାଜର। ପଚରାଉଚରା କଲାପରେ ତାଙ୍କ ପାଖରେ ଟଙ୍କାଏ ରୁ ପାଞ୍ଚଟଙ୍କା ମୂଲ୍ୟର ଆଇସ୍କ୍ରିମ ମିଳୁନଥିବା କହିଲେ। ୧୦ରୁ ଆରମ୍ଭ କରି ୨୦ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି ଆଇସ୍କ୍ରିମ ରଖିଥିବା ଗ୍ରାହକଙ୍କୁ କହିଲେ। କମ ସମୟ ମଧ୍ୟରେ ୪ଶହରୁ ୫ଶହ ଟଙ୍କା ବେପାର ହୋଇଗଲା।

ଆଇସ୍‌କ୍ରିମ୍‌ ବିକାଳିଙ୍କ ନାମ ନବରଥି ସାହୁ (୫୫) ଓ ତାଙ୍କ ଘର ମହାଲ୍ଲିକପଡା । ୨୦ରୁ ୨୫ବର୍ଷ ହେଲା ଆଇସ୍କ୍ରିମ ବିକ୍ରି କରିଆସୁଛନ୍ତି। ପୂର୍ବରୁ ଗାଁ ଗାଁ ବୁଲି ସାଇକେଲରେ ଆଇସ୍କ୍ରିମ ବେପାର କରୁଥିଲେ। ମାତ୍ର ବର୍ତ୍ତମାନ ଗାଡି ଧରି ଗୀତ ବଜାଇ ବେପାର ଚଳେଇଛନ୍ତି। ନାଁ ଆଇସ୍କ୍ରିମ ବୋଲି ଡାକିବାକୁ ପଡୁଛି ନାଁ ବେପାରରେ କଷ୍ଟ ହେଉଛି। ଗୀତ ଶୁଣିଲେ ପିଲାଏ ଆଇସ୍କ୍ରିମ ଗାଡି ଆସିଲା ବୋଲି ଧାଇଁଆସୁଛନ୍ତି। ପ୍ରତିଦିନ ୩ହଜାର ଟଙ୍କାରୁ ଅଧିକ ଆଇସ୍କ୍ରିମ ବେପାର କରି ଦୈନିକ ୭ଶହରୁ ୮ଶହଟଙ୍କା ଲାଭ କରୁଥିବା ସେ କହିଛନ୍ତି। ଆଜି ଏଭଳି ଆଇସ୍କ୍ରିମ ବିକାଳୀଙ୍କ ନୂଆ କୌଶଳ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories