www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ଡଜନରୁ ଅଧିକ ଆଇଏଏସ ଅଧିକାରୀ ଓ ଶତାଧିକ କର୍ମଚାରୀ କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଦୁଇ ଡଜନରୁ ଅଧିକ ଆଇଏଏସ ଅଧିକାରୀ ଏବେ କରୋନାରେ ସଂକ୍ରମିତ। ସେମାନଙ୍କ ସହିତ ଶତାଧିକ କର୍ମଚାରୀ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଶରେ ଆଇଏଏସଙ୍କ ସଂଖ୍ୟା ସଂକୁଚିତ ହେବା ସହିତ ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ଦାୟିତ୍ୱ ଦିଆଯାଉଥିବାବେଳେ ଏବେ ଏତେ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ଏକାନ୍ତ ବାସରେ ରହିବା ଦ୍ୱାରା ସମୁଦାୟ ପ୍ରଶାସନିକ ବ୍ୟବସ୍ଥା ଉପରେ ଚାପ ବଢିବାରେ ଲାଗିଛି। ସେଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ସହିତ ଶାରୀରିକ ଉପସ୍ଥିତି ପରିବର୍ତ୍ତେ ଭର୍ଚୁଆଲ ବୈଠକ ଏବଂ ଘରୁଥାଇ କାର୍ଯ୍ୟକରିବା ଉପରେ ଗୁରୁତ୍ୱ ଦେଉଛନ୍ତି।
ସବୁଠାରୁ ବଡକଥା ହେଉଛି କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧିପାଇବା ପରେ ଯେଉଁମାନେ ଏହାର ମୁକାବିଲା କରିବାକୁ ନୀତି ନିର୍ଦ୍ଧାରଣ ସହିତ ସମସ୍ତ କ୍ଷେତ୍ରରେ ସମ୍ମୁଖ ଭାଗରେ ରହିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ସଂକ୍ରମିତ ହୋଇଛନ୍ତି। ବିଶେଷକରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କୁ କରୋନା ଭୂତାଣୁ କବଳିତ କରିଛି। ଏହାବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟର ଦୁଇ ଡଜନରୁ ଅଧିକ ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି।
ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଶିଳ୍ପ ବିକାଶ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସଚିବ ଆର ସୁବ୍ରମଣ୍ୟମ, ଜନଜାତି ବ୍ୟାପାର ସଚିବ ଅନିଲ କୁମାର ଝା, ଯୁବ ବ୍ୟପାର ସଚିବ ଉଷା ଶର୍ମା, ପାନୀୟ ଜଳ ଓ ପରିମଳ ବିଭାଗର ଅତିରିକ୍ତ ସଚିବ ଭାରତ ଲାଲ ଆଦି। ଲୋକସଭା ସେକ୍ରେଟାରୀ ଜେନେରାଲ ଉତ୍ପଳ କୁମାର ସିଂ ଏବଂ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ଦେଶ ଦୀପକ ବର୍ମା ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଦୁଇଡଜନରୁ ଅଧିକ ବିଭିନ୍ନ ପାହ୍ୟାର ଅଧିକାରୀ କୋଭିଡ ସଂକ୍ରମିତ। ସେଥିପାଇଁ ଏବେ ମନ୍ତ୍ରଣାଳୟର ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେୁଛି।
ସବୁଠାରୁ ମୁଖ୍ୟ କଥା ହେଉଛି ଯେଉଁମାନେ କୋଭିଡ ସଚେତନତା ଏବଂ ଯୋଗାଯୋଗ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ସେମାନେ କୋଭିଡ ସଂକ୍ରମଣରୁ ବାଦ୍‍ ପଡିନାହାନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡିଏଭିପି ମହାନିର୍ଦ୍ଦେଶକ, ଦୂରଦର୍ଶନର ଏଡିଜି, ଯୁଗ୍ମ ସଚିବ ଏବଂ ପିଆଇବିର ଅନେକ ଅଧିକାରୀ। ଏହା ଲକ୍ଷ୍ୟ କରିବା ପରେ ସରକାର ଗତବର୍ଷ ଭଳି ପୁନର୍ବାର ଭର୍ଚୁଆଲ ବୈଠକ, କାର୍ଯ୍ୟସ୍ଥଳରେ ସାମାଜିକ ଦୂରତା ବଜାୟ ରଖିବା, କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ କାର୍ଯ୍ୟ କରିବା ଏବଂ ବାହାର ଲୋକଙ୍କ ପ୍ରବେଶ ଉପରେ କଡା କଟକଣା ଲଗାଇବା ଆରମ୍ଭ କରିଛନ୍ତି।
ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବ୍ୟତୀତ ପାଖାପାଖି ୧୫୦ ଜଣ ସରକାରୀ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି।

 

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories