www.samajalive.in
Monday, December 8, 2025
13.1 C
Bhubaneswar

ଦୀପ ସିଦ୍ଧୁଙ୍କୁ ଜାମିନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଏବଂ ଲାଲ୍‌କିଲାରେ ଧାର୍ମିକ ପତାକା ଉଡ଼ାଇବା ମାଲାରେ ଗିରଫ ହୋଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

କୃଷି ଆଇନ ବିରୋଧରେ କୃଷକ ସଂଗଠଡ଼ଗୁଡ଼ିକ ପକ୍ଷରୁ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରାଯିବା ସମୟରେ ହିଂସା ଘଟିଥିଲା। ଆନ୍ଦୋଳନକାରୀମାନେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ସହିତ ଲାଲକିଲାରେ ତ୍ରିରଙ୍ଗାକୁ ହଟାଇ ତା’ ସ୍ଥାନରେ ଧାର୍ମିକ ପତାକା ଉଡ଼ାଇଥିଲେ। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ହିଂସା ପାଇଁ ଉସୁକାଇଥିବା ଅଭିଯୋଗରେ ଗିରଫ ହୋଇଥିଲେ।

- Advertisement -

ଏହି ମାମଲାରେ କୋର୍ଟ ଦୀପ ସିଦ୍ଧୁଙ୍କୁ ଜାମିନ ଦେବା ସହିତ କିଛି ସର୍ତ୍ତ ରଖିଛନ୍ତି। ସେ ତାଙ୍କ ପାସ୍‌ପୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଜମା କରିବେ। ସେ ଯେଉଁ ଫୋନ ନମ୍ବର ବ୍ୟବହାର କରିବେ ତାହାକୁ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପଞ୍ଜୀକୃତ କରିବେ। ପ୍ରତିମାସର ପହିଲା ଏବଂ ୧୫ ତାରିଖରେ ଦୀପ ଯେଉଁ ଅଞ୍ଚଳରେ ଥିଲେ ତାହାର ଲୋକେଶନ ଅଧିକାରୀଙ୍କୁ ଜଣାଇବେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories