www.samajalive.in
Saturday, December 13, 2025
21.1 C
Bhubaneswar

ସଫ୍ଟୱେର କଂପାନୀରେ କାମ କରୁଥିବା ପୁଅର ଛୁରା ମାଡ଼ରେ ବାପା ମୃତ

ଗୋପାଳପୁର: ଗୋପାଳପୁର ଥାନ ଅନ୍ତର୍ଗତ ଡୁରା ଭକ୍ତ ସାଲବେଗ ନଗର ରେ ଆଜି ଦିନ ପ୍ରାୟ ସାଢେ଼ ଏଗାରଟା ସମୟରେ ପୁଅ ର ଛୁରା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ସରୋଜ କୁମାର ନନ୍ଦ ବୟସ ୬୫ ହୋଇଥିବା ବେଳେ ସେ ଜଣେ ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ବୋଲି ଜଣାପଡିଛି। ସୂଚନା ଯେ ଭକ୍ତ ସାଲବେଗ ନଗର ରେ ଗତ ୩ ବର୍ଷ ହେଲା ସରୋଜ କୁମାର ନନ୍ଦ ନିଜ ପରିବାର ସହ ରହି ଆସୁଥିଲେ। ମୃତ ସରୋଜ ଙ୍କ ପରିବାରରେ ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ ଅଶାନ୍ତ ରହୁଥିବା ବେଳେ ଆଜି ସକାଳେ କୌଣସି କାରଣ କୁ ନେଇ ପୁଅ ଆଶିଷ ନନ୍ଦ( ୩୨) ଓ ବାପା ସରୋଜ ନନ୍ଦ ଙ୍କ ସହ କଥା କଟାକଟି ହୋଇଥିଲା। ବାପା ସରୋଜ ଘରେ ଥିବା ବହୁ ବର୍ଷର ପୁରୁଣା  ଜିନିଷ ପତ୍ର ଘରେ ସାଇତି ରଖୁଥିବାବେଳେ ପୁଅ ସେହି ଜିନିଷ ପତ୍ର ନ ରଖିବା ପାଇଁ ବିରୋଧ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅଶାନ୍ତ ରହୁଥିବା ସହ ଆଜି କଥା କଟାକଟି ହୋଇଥିଲା ।
ଏହି ଘଟଣାକୁ ନେଇ ଦୁଇଜଣ ମଧ୍ୟରେ ପାଟି ତୁଣ୍ଡ ହେବା ସହ  ପୁଅ ରାଗରେ ଡାଇନିଂଟେବୁଲ୍ ଉପରେ ଥିବା ଏକ ଧାରୁଆ ଛୁରୀ ରେ ବାପାର ବେକକୁ କାଟି ଦେଇଥିଲା। ପରେ ବାପା ରକ୍ତାକ୍ତ ହେବା  ଦେଖି  ୧୦୮ ଆମ୍ବୁଲାନ୍ସ କୁ ଡକାଇ ବ୍ରହ୍ମପୁର  ମେଡ଼ିକାଲ ନେଉଥିବା ବେଳେ ଅଧ ବାଟରେ ମୃତ୍ୟୁ ଘଟିଥିଲା। କିନ୍ତୁ ମୃତ ସରୋଜ ଙ୍କ ଘଟଣା ନେଇ ବ୍ରହ୍ମପୁର ବଡ ମେଡିକାଲ୍ ଡ଼ାକ୍ତର  ଡଃ ଅଜୟ ନାରାୟଣ ଦାସ ଗୋପାଳପୁର ଥାନା ରେ ଅଭିଯୋଗ କରିଥିଲେ।ଅଭିଯୋଗ ପ୍ରକାରେ ଡୁରା ସ୍ଥିତ ମୃତ ସରୋଜ ଙ୍କ ବାସଭବନରେ  ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ବ୍ରହ୍ମପୁର ସାଣ୍ଟିଫିକ୍ ଏ ଏସ ଓ ପ୍ରଭାତୀ ପଟ୍ଟନାୟକ ଙ୍କ ଦଳ ପହଞ୍ଚି ତଦନ୍ତ କରି ରକ୍ତ ନମୁନା, ରକ୍ତ ଭିଜା ଲୁଗା, ବେଡ଼ସିଟ ଓ ଛୁରା ଜବତ କରିବା ।  ଏନେଇ ଗୋପାଳପୁର  ଥାନାରେ ୬୮/୨୧ରେ ଧାରା ୩୦୨ ରେ  ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଆଶିଷ କୁ ଅଟକ ରଖି ପଚରାଉଚରା କରୁଥିବା ସୁଚନା ମିଳିଛି। ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ସରୋଜ ନନ୍ଦ ପଞ୍ଜାବ  ଲୁଧିଆନାରେ କୃଷି ବୈଜ୍ଞାନିକ ଥିଲେ। ୨୦୧୭ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ପୁଅ ଆଶିଷ ନନ୍ଦ ଏକ ସଫ୍ଟୱେର କଂପାନୀରେ କାମ କରୁଥିବା ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories