www.samajalive.in
Monday, December 8, 2025
13.1 C
Bhubaneswar

ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନରୁ ନାଟୋ ସୈନ୍ୟ ପ୍ରତ୍ୟାହାର

ବର୍ଲିନ: ଆଫଗାନିସ୍ତାନରେ ମୁତୟନ ହୋଇଥିବା ନାଟୋ ସୈନ୍ୟମାନେ ସେଠାରୁ ଫେରିଆସିବେ। ଆମେରିକା ଉକ୍ତ ରାଷ୍ଟ୍ରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାପରେ ନାଟୋ ମଧ୍ୟ ତାହାର ସୈନ୍ୟମାନଙ୍କୁ ସେଠାରୁ ଫେରାଇ ଆଣିବାକୁ ସ୍ଥିରକରିଛି। ଏ ସଂପର୍କରେ ପ୍ରକାଶ କରି ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ଆନିଗ୍ରେଟ କ୍ରାମ୍ପ-କାରେନବାଉର କହିଛନ୍ତି, ନାଟୋର ସମସ୍ତ ସଦସ୍ୟ ରାଷ୍ଟ୍ରଗୁଡିକ ଏଥିରେ ଆପାତତଃ ରାଜି ହୋଇଛନ୍ତି। ଏହି ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି।
କ୍ରାମ୍ପ କହିଛନ୍ତି, ଆମେରିକୀୟ ସୈନ୍ୟଙ୍କ ସହିତ ନାଟୋ ସୈନ୍ୟମାନେ ସମାନ ସମୟରେ ଆଫଗାନିସ୍ତାନରୁ ପ୍ରତ୍ୟାହାର ହେବା ସେ ଚାହୁଁଛନ୍ତି। ଆମେରିକାରେ ସେପ୍ଟେମ୍ବର ୧୧ ତାରିଖରେ ହୋଇଥିବା ଆତ୍ମଘାତୀ ବିମାନ ଆକ୍ରମଣକୁ ଚଳିତ ବଷଁ ୨୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ସମୟ ପରେ ଆମେରିକା ଆଫଗାନିସ୍ତାନରେ ମୁତୟନ ହୋଇଥିବା ନିଜର ସୈନ୍ୟ ପ୍ରତ୍ୟାହାର ଯୋଜନା ରଖିଥିବା କହିଛି। ଆମେରିକାର ଏଭଳି ନିଷ୍ପତ୍ତି ପରେ ଆଜି ନାଟୋ ସଦସ୍ୟ ରାଷ୍ଟ୍ରଗୁଡିକର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀମାନେ ଏକ ଭିଡିଓ କନଫରେନ୍ସରେ ଏକତ୍ରିତ ହେବାକୁ ଯାଉଛନ୍ତି। ଏଥିରେ ନାଟୋ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ବୋଲି ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଆମେରିକାର ୨୫୦୦ ଏବଂ ନାଟୋର ୯୬୦୦ ସୈନ୍ୟ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories