www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ମଶାନରେ ଜଳିଲା ୧୮୭ ମୃତଦେହ, ସରକାରୀ ରେକର୍ଡରେ ୫

କରୋନା ଭୂତାଣୁର ୨ୟ ତରଙ୍ଗ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଛି। କିନ୍ତୁ କେତେକ ରାଜ୍ୟରେ ସରକାର ପ୍ରକୃତ ମୃତ୍ୟୁ ସଂଖ୍ୟା ସମ୍ପର୍କିତ ତଥ୍ୟ ଲୁଚାଉଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭୋପାଳରେ। ଏଠାରେ ୨ଟି ଶ୍ମଶାନରେ ୪ ଦିନ ଭିତରେ ୧୮୭ ମୃତଦେହ ସତ୍କାର କରାଯାଇଥିବାବେଳେ ସରକାରୀ ରେକର୍ଡରେ ମାତ୍ର ୫ ବୋଲି ଦର୍ଶାଯାଇଛି। ଯାହାକୁ ନେଇ ରାଜ୍ୟରେ ବିରୋଧୀମାନେ ଏବେ ପ୍ରଶ୍ନ ଉଠାଇଛନ୍ତି। ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ଏହା ଏକ କୌଶଳ ବୋଲି ବିରୋଧୀମାନେ କହିଛନ୍ତି।

ଆଜତକ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଭୋପାଳର ବିଭିନ୍ନ ଶ୍ମଶାନଘାଟକୁ ପୂର୍ବରୁ ଦୈନିକ ୫ରୁ ୧୦ ମୃତଦେହ ସତ୍କାର ପାଇଁ ଆସୁଥିଲା। ଏବେ ପ୍ରତିଦିନ ୩୫ରୁ ୪୦ ମୃତଦେହ ଆସୁଛି। ତଥ୍ୟ ଅନୁସାରେ, ଗତ ଗୁରୁବାରଠାରୁ ରବିବାର ମଧ୍ୟରେ ଭଦଭଦା ଏବଂ ସୁଭାଷ ନଗର ଶ୍ମଶାନଘାଟରେ ୧୮୭ ମୃତଦେହ ଦାହ କରାଯାଇଥିଲା। କିନ୍ତୁ ସରକାରୀ ରେକର୍ଡରେ ଏହା ୫ ବୋଲି ଦର୍ଶାଯାଇଛି। ଶ୍ମଶାନଘାଟରେ ମୃତଦେହ ସତ୍କାର ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବି ଭାଇରାଲ ହେବାରେ ଲାଗିଛି, ଯେଉଁଥିରୁ ଜଣାପଡ଼ୁଛି ଯେ, ଶତାଧିକ ମୃତଦେହ ଏଠାରେ ଦାହ କରାଯାଇଛି।

- Advertisement -

୧୮୭ ମୃତଦେହ ମଧ୍ୟରୁ ଭଦଭଦା ଶ୍ମଶାନଘାଟକୁ ୧୩୩ ମୃତଦେହ ଆସିଥିଲା। ଗୁରୁବାର ୩୧, ଶୁକ୍ରବାର ୨୯, ଶନିବାର ୩୪ ଏବଂ ରବିବାର ୩୯ ମୃତଦେହ ଏଠାରେ ସତ୍କାର ହୋଇଥିଲା। ସେହିପରି ସୁଭାଷ ନଗର ଶ୍ମଶାନଘାଟରେ ଏହି ୪ ଦିନରେ ମୋଟ ୫୪ ମୃତଦେହ ଦାହ କରାଯାଇଛି। କିନ୍ତୁ ସରକାର ଏହି ୪ ଦିନରେ ଭୋପାଳରେ ୫ଟି କୋଭିଡ ମୃତ୍ୟୁ ଘଟିଥିବା ଦର୍ଶାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories