www.samajalive.in
Wednesday, December 10, 2025
26.1 C
Bhubaneswar

ନିଶ୍ଚିନ୍ତକୋଇଲିରେ ଅବ୍ୟବହୃତ ପାଇଖାନାରୁ ରଣା ସାପ ଉଦ୍ଧାର

କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଖଣ୍ଡସାହି ଗ୍ରାମରେ ଅବ୍ୟବହୃତ ପାଇଖାନାରୁ ରଣା ସାପ ଉଦ୍ଧାର ହୋଇଛି।୩ ଟି ରଣା ସାପ ସହ ୧୮ ଟି ଅଣ୍ଡା ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ।
ଗ୍ରାମର ଗଗନ ବିହାରୀ ଦାସଙ୍କ ଘର ବାଡ଼ି ପଟେ ଥିଲା ଏକ ପୁରୁଣା ଅବ୍ୟବହୃତ ପାଇଖାନା ।ବ୍ୟବହୃତ ହୋଇନଥିବା ସେହି ବରପାଲି ପାଇଖାନାଟି କାଳକ୍ରମେ ପୋତି ହୋଇଯାଇଥିଲା । ତେଣୁ ଗତକାଲି ସେହି ପାଇଖାନା ଏବଂ ନନ୍ଦକୁ ଖୋଳି ବାହାର କରିବା ପାଇଁ ମୂଲିଆ ଆସି ଶାବଳରେ ଉପର କଭର ଟିକୁ କାଢନ୍ତେ, ତା ଭିତରେ ୩ ଟି ରଣା ସାପ ଏବଂ କିଛି ଧଳା ରଙ୍ଗର ଅଣ୍ଡା ଦେଖି ଭୟଭୀତ ହୋଇ କଭର ଟିକୁ ପକେଇ ଦେଇ କାମ ବନ୍ଦ କରି ଥିଲେ ।
ଏହାପରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମାଲ୍ଲିକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଘର ଲୋକେ । ଶୁଭେନ୍ଦୁ ଙ୍କ ଠାରୁ ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ପରେ ଗୋଟିଏ ରଣା ସାପ କୁ ଉଦ୍ଧାର କରିଥିଲେ । ଅଣ୍ଡା ଗୁଡିକୁ ମଧ୍ୟ ଉଦ୍ଧାର କରିଥିଲେ । ୩ ଟି ଯାକ ସାପଙ୍କୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ଯଦି ସାପ ଓ ଅଣ୍ଡାଗୁଡିକୁ ସେହି ସ୍ଥାନରୁ ଆଣି ନଥାନ୍ତେ, ଗାଁ ଲୋକମାନେ ସବୁ ଅଣ୍ଡା ନଷ୍ଟ କରିବା ସହ ସାପଙ୍କୁ ମାରିଦେଇଥାନ୍ତେ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ।
ଅଣ୍ଡା ଗୁଡିକୁ ସ୍ନେକ ହେଲ୍ପ ଲାଇନ କାର୍ୟ୍ୟାଳୟକୁ ନେଇ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯିବ । ଯାହା କିଛି ଅଣ୍ଡା ଯଦି ଫୁଟିବାରେ ସକ୍ଷମ ହେଲା ସେସବୁ କୁ ବନ ବିଭାଗ କୁ ହସ୍ତାନ୍ତର କରିଦିଆଯିବ ।
ତେବେ ଅଣ୍ଡା ଗୁଡିକ କେଵଠୁ ସେଇ ଯାଗାରେ ଅଛି, ତା କେହି କହି ପାରିବେନି, ତେଣୁ କେବେ ଫୁଟିବ ବୋଲି ମଧ୍ୟ ନିର୍ଦିଷ୍ଟ କରି କହି ହେବନି । ସାଧାରଣତଃ, ସାପ ଅଣ୍ଡା ଫୁଟିବା ପାଇଁ ପ୍ରାୟ ୬୦ ଦିନ ସମୟ ଲାଗି ଥାଏ । ଅଣ୍ଡା ଗୁଡିକ ଯଦି ଫୁଟି ପାରିଲା, ଏବଂ ସେଥିରୁ ରଣା ସାପ ଛୁଆ ବାହାରିଲେ ତେବେ ଯାଇ ଆମେ ସେଗୁଡିକ ରଣା ସାପର ଅଣ୍ଡା ବୋଲି ନିଶ୍ଚିନ୍ତ କରି କହି ପାରିବା ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories