www.samajalive.in
Monday, December 8, 2025
24.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ; ଭଙ୍ଗାଘରେ ଚାଲିଛି କୁଶଙ୍ଗ ହୋମିଓପାଥି ମେଡିକାଲ

ହରଭଙ୍ଗା: ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ନିରବଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ହୋମିଓପାଥି ମେଡିକାଲଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ଦିଗରେ ଗୁରୁତ୍ୱାରୋପ କରୁଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ ହୋମିଓପାଥି ମେଡିକାଲର ନଗ୍ନଚିତ୍ର ସ୍ୱାସ୍ଥ୍ୟସେବାର ଅସଲ ଚେହେରାକୁ ପଦାରେ ପକାଇଛି। ଜରାଜୀର୍ଣ୍ଣ ଭିତିଭୂମି ଏବଂ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିବା ଉକ୍ତ ଡାକ୍ତରଖାନାରେ ବିଜୁଳି, ପାଣି ଭଳି ସର୍ବନିମ୍ନ ସୁବିଧା ନ ଥିବାବେଳେ ଡାକ୍ତର ବାବୁ ବସିବାକୁ ଭଲ ଜାଗା ଖଣ୍ଡିଏ ନଥିବା ଜଣାପଡିଛି। ସ୍ୱାସ୍ଥ୍ୟକେନ୍ଦ୍ରର ଏଭଳି ନାହିଁ ନଥିବା ଅବସ୍ଥା ଯୋଗୁଁ ସପ୍ତାହକୁ ଗୋଟିଏ ଦିନ ମେଡିକାଲ ଖୋଲା ହେଉଥିବା ବେଳେ ଆଉ ଛଅ ଦିନ ସଂପୂର୍ଣ୍ଣ ବନ୍ଦ ରହୁଛି। ଫଳରେ ଅପହଞ୍ଚ ଇଲାକା ଗରିବ ଜନସାଧାରଣ ହୋମିଓପାଥି ଚିକିତ୍ସା ସୁବିଧାରୁ ବଂଚିତ ହେଉଥିବା ଜଣାପଡିଛି।

ପ୍ରକାଶ ଯେ, ବ୍ଲକର ଆଭ୍ୟନ୍ତରୀଣ ଆଦିବାସୀ ହରିଜନ ବହୁଳ କୁଶଙ୍ଗ ଏବଂ ମହାଲ୍ଲିକପଡା ପଂଚାୟତ ଜନସାଧାରଣଙ୍କ ପାଇଁ କୁଶଙ୍ଗଠାରେ ଏକ ହୋମିଓପାଥି ମେଡିକାଲ ରହିଛି।ଦୀର୍ଘ ଦଶବର୍ଷ ହେଲା ମେଡିକାଲରେ ତାଲା ଝୁଲିବା ପରେ ଗତ ବର୍ଷେହେଲା ଏହା ପୁର୍ନବାର କାର୍ଯ୍ୟକ୍ଷମ ହୋଇଛି।ଏହି ମେଡିକାଲ ଉପରେ ମହାଲ୍ଲିକପଡା ଏବଂ କୁଶଙ୍ଗ ଭଳି ଦୁଇ ପଂଚାୟତର ଯାବର, ଭାବପୁର, ମହାଲ୍ଲିକପଡା, ବୁଢାଆମ୍ବ, ନୂଆପଡା, ମାରଡା, ଅତଲସରା, ତିରଡ, କୁମାରୀ, କୁଶାସିଙ୍ଗା, ଭଗାମୁଣ୍ଡା, ସାତଖଣ୍ଡ, ହିଞ୍ଜଲ, ଗେରେଡିସାହି, ହାତୀଗଡ ଭଳି ୨୯ଟି ଗ୍ରାମର ପଖାପାଖି ୧୦ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରନ୍ତି। ମାତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ମେଡିକାଲରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଟିକିଏ ନାହିଁ। ମେଡିକାଲ ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏପରିକି ଡାକ୍ତର ବସିବାକୁ ଜାଗା ଖଣ୍ଡିଏ ନ ଥିବାବେଳେ ଔଷଧ ମଧ୍ୟ ସୁରକ୍ଷିତ ହୋଇରହିପାରୁନାହିଁ। ଡାକ୍ତର ବାବୁଙ୍କ ରହିବାକୁ ଘର ନଥିବାରୁ ସପ୍ତାହରେ ମେଡିକାଲ ଗୋଟିଏ ଦିନ ଖୋଲା ହେଉଥିବା ଜଣାପଡିଛି। ମେଡିକାଲର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦୁର୍ଗମ ପଂଚାୟତ ଲୋକଙ୍କୁ ନିରବିଛିନ୍ନ ରୋଗୀସେବା ମିଳିବାରେ ବ୍ୟତିକ୍ରମ ଦେଖାଦେଇଛି। ନିୟମିତ ଲୋକଙ୍କୁ ନିରବିଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବ୍ୟତିକ୍ରମ ଦେଖାଦେଇଛି। ଏଭଳି ଅବସ୍ଥାରେ ରହିଥିବା କୁଶଙ୍ଗ ହୋମିଓପାଥି ମେଡିକାଲର ଭିତିଭୂମି ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସମାଜସେବୀ ଭୀକାରୀ ଚରଣ ବାଈଙ୍କ ସମେତ ହରିହର ସାହୁ, ରମେଶ ଡାଳୁଆ, ସଂଜନୟ କୁମାର ନାୟକ, ଗଦାଧର ଜେନା, ମନୋଜ ଲେଙ୍କା, ବିଦେଶୀ ନାଏକ, ବିନୋଦ ବେହେରା ପ୍ରମୁଖ ଦୁଇ ପଂଚାୟତର ଜନସାଧାରଣ ଦାବୀ କରିଛନ୍ତି। ଏଥିପ୍ରତି ହୋମିଓପାଥି ମେଡିକାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories