www.samajalive.in
Friday, December 12, 2025
26.1 C
Bhubaneswar

ଭାବିଥିଲେ ନାଗ, ବାହାରିଲା ଧଣ୍ଡ ସାପ

ଭୁବନେଶ୍ବର: ଗତ ଗୁରୁବାର ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରୁ ଉଦ୍ଧାର ହୋଇଥିବା ସାପ ଅଣ୍ଡାରୁ କୃତ୍ରିମ ଉପାୟରେ ବାହାରିଲେ ଧଣ୍ଡ ସାପ ଛୁଆ। ଉଦ୍ଧାର ବେଳେ ସ୍ଥାନୀୟ ଲୋକମାନେ ସେହି ଅଣ୍ଡାକୁ ନାଗ ସାପର ବୋଲି କହୁଥିଲେ। ଉଲ୍ଲେଖଯୋଗ୍ୟ ଏକ ଘର କାମ ପାଇଁ ନିଅଁ ଖୋଲାଯାଉଥିବା ବେଳେ ଏପ୍ରିଲ ୭ରେ କାନ୍ଥ ଭିତରେ କିଛି ଅଣ୍ଡା ଥିବାର ଶ୍ରମିକ ମାନେ ଦେଖିଥିଲେ । ୮ତାରିଖରେ ସ୍ନେକ ହେଲ୍ପ ଲାଇନ ତରଫରୁ ଅଣ୍ଡା ଗୁଡିକ ଉଦ୍ଧାର ବେଳେ ପିମ୍ପୁଡି କେତେ ଅଣ୍ଡାକୁ କଣା କରିଦେଇଥିଲେ।

ମଞ୍ଚେଶ୍ୱର ରେଞ୍ଜ ଅଫିସରଙ୍କ ଅନୁମତିକ୍ରମେ ସ୍ନେକ୍‌ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଅଣା ଯାଇଥିଲା। ଶନିବାର ସକାଳୁ ଯେଉଁ ସବୁ ଅଣ୍ଡା ଗୁଡିକ ପିମ୍ପୁଡି କଣା କରିଥିଲେ ସେହି ଅଣ୍ଡାରୁ ଦୁର୍ଗନ୍ଧ ବାହାରିବା ସହ କଳା ପଡିବା ଆରମ୍ଭ ହୋଇଥିଲା। ଭଲ ଅଣ୍ଡା ଏବଂ ଖରାପ ଅଣ୍ଡାକୁ ଅଲଗା କରିବାକୁ ଯାଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଖରାପ ଅଣ୍ଡାକୁ ଫିଙ୍ଗିବା ପୂର୍ବରୁ ଏକ ସର୍ଜିକାଲ ବ୍ଲେଡ଼ରେ ଖୋଳକୁ କାଟିବା ପରେ ଭିତରେ ଧଣ୍ଡ ସାପ ଛୁଆ ସବୁ ଦେଖିବାକୁ ପାଇଥିଲେ। ଅଣ୍ଡାକୁ କାଟିବା ପରେ ଯତ୍ନର ସହିତ ସାପ ଛୁଆଙ୍କୁ କଢ଼ାଯାଇଥିଲା। ଉଦ୍ଧାର ହୋଇଥିବା ୧୭ଟି ଅଣ୍ଡା ଭିତରୁ ୧୬ଟି ଅଣ୍ଡାକୁ ପିମ୍ପୁଡି କଣା କରି ଦେଇଥିବା ବେଳେ ମାତ୍ର ଗୋଟିଏ ଅଣ୍ଡା ହିଁ ଅକ୍ଷତ ଅବସ୍ଥାରେ ଥିଲା। ୧୭ଟି ଯାକ ଛୁଆଙ୍କୁ ମଞ୍ଚେଶ୍ୱର ରେଞ୍ଜ ଅଫିସରଙ୍କ ପରାମର୍ଶକ୍ରମେ ବନ କର୍ମଚାରୀଙ୍କ ଉପସ୍ଥିତିରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories