www.samajalive.in
Sunday, December 14, 2025
14.1 C
Bhubaneswar

ପାରିବାରିକ କଳହରୁ ଆତ୍ମହତ୍ୟା

ଜି ଉଦୟଗିରୀ:ରାଇକିଆ ଥାନା ଅନ୍ତର୍ଗତ ବାସନ୍ତୀ ପଲ୍ଲୀ ସାହିରେ ଏକ ପାରିବାରିକ କଳହ କାରଣରୁ ଜଣେ ବ୍ୟକ୍ତି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟିକାବାଲି ଥାନା ଦଡିଙ୍ଗିଆ ଗ୍ରାମର ରମଣ ଦିଗାଳ(୩୫) ବାସନ୍ତୀ ପଲ୍ଲୀ ସାହିରେ ଏକ ଭଡ଼ାଘରେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହି ଆସୁଥିଲେ। ସେ ଏକ ଚିକେନ୍ ଦୋକନରେ ରହି କାମକରୁଥିଲେ। କୌଣସି କାରଣରୁ ସ୍ତ୍ରୀ ସହ ଘରେ ଝଗଡ଼ା ହୋଇଥିବା କୁହାଯାଉଛି। ଏଥିଯୋଗୁଁ ସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

 

- Advertisement -

ଶନିବାର ସକାଳୁ ତାଙ୍କ ଶାଳକ ଆହାସ ନାୟକ ସେ ଘରକୁ ଯାଇ ଭିଣୋଇଙ୍କୁ କବାଟ ବାଡ଼େଇ ଡ଼ାକିଥିଲେ। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ଏହାପରେ କବାଟ ଠେଲି ଦେଖିଲା ବେଳକୁ ତାଙ୍କ ଭିଣୋଇ ଝୁଲା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ରାଇକିଆ ଥାନାରେ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ରାଇକିଆ ଥାନା ଅଧିକାରୀ ତରୁଣ ତପନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବକୁ ମେଡିକାଲ୍କୁ ବ୍ୟବଛେଦ ପାଇଁ ପଠାଇଛି। ଏନେଇ ରାଇକିଆ ପୋଲିସ୍ ପକ୍ଷରୁ ୦୪/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories