www.samajalive.in
Sunday, December 14, 2025
26.1 C
Bhubaneswar

ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ: ଦୁଇ ଦିନରେ ୧୯ ମୃତ

ସିମଲା/ଶ୍ରୀନଗର : ହିମାଚଳପ୍ରଦେଶରେ ଦୁଇ ଦିନ ଧରି ମୂଷଳ ଧାରାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଥିବାବେଳେ ବର୍ଷା ଓ ଭୂସ୍ଖଳନ ଜନିତ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ସୋଲାନ, ମଣ୍ଡି, କାଙ୍ଗଡ଼ା, ଧର୍ମଶାଳା, ହମିରପୁର, ବିଳାସପୁର ଏବଂ ଉନ୍ନା ଜିଲାରେ ଜନଜୀବନ୍ତ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୋଲାନ ଜିଲାରେ ସବୁଠୁ ଅଧିକ ୮ ଜଣଙ୍କ ମୃତ୍ୟୁ ଘଟିଛି। କାଙ୍ଗଡ଼ାରେ ମଙ୍ଗଳବାର ସକାଳେ ଜମି ରହିଥିବା ବର୍ଷା ପାଣିରେ ବୁଡ଼ି ଏକ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ସେପଟେ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ଖରାପ ପାଣିପାଗ ଯୋଗୁଁ ଦ୍ୱିତୀୟ ଦିନ ମଧ୍ୟ ଅମରନାଥ ଯାତ୍ରା ବନ୍ଦ ରଖାଯାଇଛି। ପାଣିପାଗ ବିଭାଗ ଅଗଷ୍ଟ ୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି। ହିମାଚଳପ୍ରଦେଶର ସିମଲା, କାଙ୍ଗଡ଼ା ଏବଂ ସୋଲାନ ସମେତ କେତେକ ଜିଲାରେ ସ୍କୁଲ, କଲେଜ ବନ୍ଦ ରଖାଯାଇଛି। ହିମାଚଳପ୍ରଦେଶର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ମୁଖ୍ୟ ରାସ୍ତା ଦବି ଯାଇ ଗମନାଗମନ ବନ୍ଦ ହୋଇଯାଇଛି। ବର୍ଷା ବିତ୍ପାତ ଯୋଗୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟୟ ଅମିତ ଶାହାଙ୍କ ୧୬ ଅଗଷ୍ଟରେ ପ୍ରସ୍ତାବିତ ଗସ୍ତକୁ ବାତିଲ କରିଦିଆଯାଇଛି।
ବର୍ଷା ଓ ଭୂସ୍ଖଳନରେ ବିଭିନ୍ନ ଜିଲାରେ ମୃତକଙ୍କ ସଂଖ୍ୟା
ସୋଲାନରେ ୮ ମୃତ
ମଣ୍ଡିରେ ୪ ମୃତ
କାଙ୍ଗଡ଼ାରେ ୩ ମୃତ
ହମିରପୁରରେ ୨ ମୃତ
ବିଳାସପୁରରେ ୧ ମୃତ
ଉନ୍ନାରେ ୧ ମୃତ
ଭୂସ୍ଖଳନକୁ ଦୃଷ୍ଟିରେ ରଖି କାଶ୍ମୀରକୁ ଦେଶ ସହ ସଂଯୋଗ କରୁଥିବା ଜାମ୍ମୁ-ଶ୍ରୀନଗର ରାଜପଥରେ ଯାନବାହାନ ଚଳାଚଳକୁ ବନ୍ଦ କରିଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories